ବରଗଡ: ୩ ବର୍ଷର ଶିଶୁ କନ୍ୟାକୁ ଦୁର୍ଷ୍କମ କରିଛି ନାବାଳକ । ଏପରି ଏକ ଅଭିଯୋଗ ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଥାନାକୁ । ଏହି ଅଭିଯୋଗ ପାଇବା ପରେ ପଦ୍ମପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଥିଲା । ଡାକ୍ତରୀ ରିପୋର୍ଟକୁ ଆଧାର କରି ପୋଲିସ ଅଭିଯୁକ୍ତ ନାବାଳକକୁ ରାଉରକେଲା ସ୍ଥିତ ଜୁଭେନାଏଲ କାରାଗାରକୁ ପଠାଇଛି । ଅନ୍ୟପଟେ ୩ ବର୍ଷର ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।
ସନ୍ଧ୍ୟା ସମୟରେ ୩ବର୍ଷର ଶିଶୁ ନିଜ ଘର ସମ୍ମୁଖରେ ଖେଳୁଥିବା ବେଳେ ପଡୋଶୀ ଘରର ୧୬ ବର୍ଷର ନାବାଳକ ଶିଶୁକୁ ଉଠାଇ ନେଇ ଦୁର୍ଷ୍କମ କରିଥିବା ଶିଶୁର ପିତା ଓ ମାତା ଅଭିଯୋଗ କରିଛନ୍ତି । ପଦ୍ମପୁର ଥାନା ଅନ୍ତର୍ଗତ କନସର ଗ୍ରାମପଞ୍ଚାୟତର ଏହି ଘଟଣା ହୋଇଥିବା ବେଳେ ୧୬ ବର୍ଷର ଅଭିଯୁକ୍ତ ନାବାଳକ ଜଣକ ଦଶମ ଶ୍ରେଣୀରେ ପାଠ ପଢୁଛି ।
ଅଭିଯୁକ୍ତ ନାବାଳକର ବାପା ନ ଥିବା ବେଳେ ମା କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଥିବା ଜଣାପଡିଛି ।
ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ