ETV Bharat / state

ପୁରା ପରିବାର ନେଲା ଚରମ ନିଷ୍ପତ୍ତି: ଆଖି ବୁଜିଲେ 2 ଜଣ, ଜଣେ ଗୁରୁତର

author img

By ETV Bharat Odisha Team

Published : Sep 10, 2023, 10:46 PM IST

Updated : Sep 11, 2023, 7:04 AM IST

ବରଗଡ଼ ଜିଲ୍ଲାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ପୁଅ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା' ଗୁରୁତର ରହିଥିବା ଜଣାପଡିଛି । ଅଧିକ ପଢ଼ନ୍ତୁ

ପୁରା ପରିବାରର ଆତ୍ମହତ୍ୟା ଉଦ୍ୟମ: 2 ମୃତ, ଜଣେ ଗୁରୁତର

ବରଗଡ: ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର 3 ଜଣ ସଦସ୍ୟ ବିଷାକ୍ତ ପଦାର୍ଥ ଖାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ । ଫଳରେ ବେଳେ ପୁଅ ଓ ବିବାହିତା ଝିଅର ମୃତ୍ୟୁ ହୋଇଥିବା ଏବଂ ମା' ଗୁରୁତର ଥିବା ଜଣାପଡ଼ିଛି । ଗତ ୪ ଦିନ ତଳେ ଏହି ପରିବାରର ମୁଖ୍ୟଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆଜି ହଠାତ ପୁରା ପରିବାର କାହିଁକି ଏଭଳି ଏକ ଚରମ ନିଷ୍ପତ୍ତି ନେଇଥିଲା ତାହା ଅସ୍ପଷ୍ଟ ରହିଛି । ସୂଚନା ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଆଜି(ରବିବାର) ସକାଳ 10ଟା ବେଳେ ବରଗଡ଼ ସୋହେଲା ସ୍ଥିତ ମାଷ୍ଟରପଡ଼ାରେ ଗୋଟିଏ ପରିବାରର 3 ସଦସ୍ୟ ବିଷାକ୍ତ ପଦାର୍ଥ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ । ପରିବାରର ସମସ୍ତ ଗୁରୁତର ହେବା ଦେଖି ଆଖପାଖ ପଡୋଶୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ସୋହେଲା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ସମସ୍ତଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ବରଗଡ଼ ଓ ପରେ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ପୁଅ ଓ ଝିଅର ମୃତ ଘୋଷଣା କରଥିଲେ ।

ଏହା ମଧ୍ୟ ପଢନ୍ତୁ..ଅଶାନ୍ତ ଗଞ୍ଜାମ: ଗୋଟିଏ ଦିନରେ ୨ ଯୁବକଙ୍କୁ ହତ୍ୟା

୪ଦିନ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୬ ତାରିଖ ଦିନ ପରିବାରର ମୁଖ୍ୟ ଅର୍ଜୁନ ସାହୁଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ୫୫ ବର୍ଷୀୟ ସ୍ତ୍ରୀ କୁମୁଦିନି ସାହୁ , ବିବାହିତା ୨୨ ବର୍ଷୀୟା ଝିଅ ସୁବର୍ଣ୍ଣ ମହାଜନ ଓ ୨୭ ବର୍ଷର ପୁଅ ବଂଶୀଧର ସାହୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୁଅ ଓ ବିବାହିତା ଝିଅର ମୃତ୍ୟୁ ହୋଇଥିବା ବେଳେ ମା' କୁମୁଦିନି ସାହୁ ଗୁରୁତର ଅବସ୍ଥାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।

ତେବେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଏପରି ଜୀବନ ହାରିବା ଉଦ୍ୟମର ପଛରେ କାରଣ ଅସ୍ପଷ୍ଟ ରହିଛି । ବିବାହିତା ଝିଅ ନିଜ ବାପାଙ୍କ ଦେହାନ୍ତ ଖବର ପାଇବା ପରେ ଶାଶୁ ଘରୁ ବାପ ଘରକୁ ଆସିଥିଲା । ଏହାପରେ ଜୀବନ ହାରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କେଉଁ ପରିସ୍ଥିତିରେ ପରିବାରର ସମସ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ ପୋଲିସ ତାହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଇଟିଭି ଭାରତ, ବରଗଡ

Last Updated : Sep 11, 2023, 7:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.