ETV Bharat / state

PRESS ଗାଡିରେ ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ

233 କେଜି ଗଞ୍ଜେଇ ଜବତ, ୪ ବେପାରୀ ଗିରଫ । ଛାନଭିନ କରୁଛି ପୋଲିସ । ଅଧିକ ପଢନ୍ତୁ..

233 kg ganja seized in bargarh
PRESS ଗାଡିରେ ଗଞ୍ଜେଇ !
author img

By

Published : Jul 18, 2021, 10:13 AM IST

ବରଗଡ଼: ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ସୋହେଲା ଥାନା ପୋଲିସ 233 କେଜି ଗଞ୍ଜେଇ ଜବତ କରିଛି । ଏହାସହ ୪ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

PRESS ଗାଡିରେ ଗଞ୍ଜେଇ !

ସୂଚନା ଅନୁଯାୟୀ, ବେଆଇନ ଭାବରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ସୋହେଲା ପୋଲିସ ବିଶ୍ୱସ୍ଥ ସୁତ୍ରରୁ ଖବର ପାଇ ନାକାବନ୍ଦୀ ଚଳାଇଥିଲା । ତେବେ ଏହି ଚେକିଂ ସମୟରେ ଦୁଇଗୋଟି ଗାଡିରେ 8 ପ୍ୟାକେଟ ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ 12 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ 4 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ପ୍ରେସ ଲେଖାଥିବା ଏକ କାର ବ୍ୟବହାର କରି ସେଥିରେ ଗଞ୍ଜେଇ ଚାଲାଣ କରୁଥିଲେ।

ଛତିଶଗଡ଼ ନମ୍ବର ଥିବା ଦୁଇ ଗୋଟି ଗାଡ଼ିରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଛି । ପୋଲିସ 4 ଜଣଙ୍କ ଠାରୁ ୨ଟି କାର , 6 ଗୋଟି ମୋବାଇଲ ଏବଂ କିଛି ନଗଦ ଟଙ୍କା ଜବତ କରିଛି । ସମସ୍ତ ଅଭିଯୁକ୍ତ ମାନେ ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।

ବରଗଡରୁ ରଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.