ETV Bharat / state

ବରଗଡରେ ୯୭୫୧ ଛୁଇଁଲା କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା ୩୯ - covid-19 positive

ବରଗଡରେ ଜିଲ୍ଲାରେ ଗୁରୁବାର ନୂଆ 23 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

23 new covid-19 positive case reported in Baragagh, total tally moves 9751
ବରଗଡରେ ୯୭୫୧ ଛୁଇଁଲା କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା ୩୯
author img

By

Published : Dec 3, 2020, 8:29 PM IST

ବରଗଡ଼: ଜିଲ୍ଲାରେ ଗୁରୁବାର ନୂଆ 23 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରେ ମୋଟ ସଂଖ୍ୟା 9751ରେ ପହଞ୍ଚିଛି । ଏନେଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।

ବରଗଡରେ ୯୭୫୧ ଛୁଇଁଲା କୋରୋନା ପଜିଟିଭ, ମୃତ୍ୟୁ ସଂଖ୍ୟା ୩୯

ଆଜିର 23 ଜଣ ସଙ୍କ୍ରମିତଙ୍କ ମଧ୍ୟରେ 2 ଜଣ ମହିଳା ଓ 21 ଜଣ ପୁରୁଷ ରହିଛନ୍ତି । ତେବେ ଆଜି ବରଗଡ ପୌରପରିଷଦ ଅଞ୍ଚଳରେ ଜଣେ ମାତ୍ର ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 39 ଜଣଙ୍କ କୋରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ 179 ଜଣ କୋରୋନାରେ ସକ୍ରିୟ ଥିବା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ କଲ୍ୟାଣୀ ଦାସ ସୂଚନା ଦେଇଛନ୍ତି ।

ବରଗଡରେ ସଙ୍କ୍ରମିତଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି । ଅନ୍ୟପଟେ ଲୋକଙ୍କ ମଧ୍ୟରେ କୋରୋନା ଭୟ ମଧ୍ୟ ଏବେ ଦୂର ହେବାରେ ଲାଗିଛି । ବର୍ତମାନ ଶୀତ ଋତୁରେ ବେଳେ ଥଣ୍ଡା ବଢିବାକୁ ଲାଗିଲାଣି ତେବେ ସଂକ୍ରମଣ ପ୍ରତି ଅଧିକ ସତର୍କ ଓ ସଜାଗ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.