ETV Bharat / state

ମନ୍ଦିର ସୀମା ବିବାଦ, ଭକ୍ତଙ୍କୁ ଦର୍ଶନ ମନା - temple

ବରଗଡ ଖରମୁଣ୍ଡା ଗ୍ରାମପଞ୍ଚାୟତର ଜଗନ୍ନାଥଙ୍କ ମନ୍ଦିରରେ ଲାଗିଛି 144ଧାରା । ମନ୍ଦିର ଚାରିପାଖେ ମାଳମାଳ ପୋଲିସ ଲାଠି ଧରି ପଇଁତରା ମାରୁଛନ୍ତି । ମୁଖ୍ୟ ଦ୍ଵାରରେ ମନ୍ଦିର ବିବାଦ ସମାଧାନ ହେବା ଯାଏ କେହି ମନ୍ଦିରକୁ ଆସିପାରିବେ ନାହିଁ ବୋଲି ନୋଟିସ୍‌ ଝୁଲାଇଛି ଜିଲ୍ଲା ପ୍ରଶାସନ ।

ଡିଜାଇନ ଫଟୋ
author img

By

Published : Jun 30, 2019, 5:00 PM IST

ବରଗଡ: ଆଗକୁ ରଥଯାତ୍ରା । ହେଲେ ନିର୍ଜନ ଲାଗୁଛି ମନ୍ଦିର । ଭଗବାନ ଅଛନ୍ତି, ହେଲେ ଦର୍ଶନ ପାଇଁ ଭକ୍ତ, ଶ୍ରଦ୍ଧାଳୁଙ୍କ ଉପର ଲାଗିଛି ପ୍ରତିବନ୍ଧକ । ଭୟରେ ଭକ୍ତ । ଜଗନ୍ନାଥଙ୍କ ମନ୍ଦିରରେ ଲାଗିଛି 144ଧାରା । ମନ୍ଦିର ଚାରିପାଖେ ମାଳମାଳ ପୋଲିସ ଲାଠି ଧରି ପଇଁତରା ମାରୁଛନ୍ତି । ମୁଖ୍ୟ ଦ୍ଵାରରେ ମନ୍ଦିର ବିବାଦ ସମାଧାନ ହେବା ଯାଏ କେହି ମନ୍ଦିରକୁ ଆସିପାରିବେ ନାହିଁ ବୋଲି ନୋଟିସ୍‌ ଝୁଲାଇଛି ଜିଲ୍ଲା ପ୍ରଶାସନ । ମନ୍ଦିରର ମାଲିକାନାକୁ ନେଇ ଚାଲିଛି ଗ୍ରାମ ଗ୍ରାମ ମଧ୍ୟରେ ଟଣାଓଟରା ଓ ଗୋଳମାଳ । ଏହି କଳହର ବୁଢିଆଣୀ ଜାଲରେ ଛନ୍ଦି ହୋଇ ଭକ୍ତଙ୍କ ବିନା ଦିନ କାଟୁଛନ୍ତି କାଳିଆ ସାଆନ୍ତେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଖରମୁଣ୍ଡା ଗ୍ରାମପଞ୍ଚାୟତରେ ରହିଥିବା ରସାଳୀ ଏବଂ ତରାକନା ଉଭୟ ଗ୍ରାମର ସୀମାନ୍ତରେ ଗୁହାଳ ତୀର୍ଥ ନାମରେ ପ୍ରସିଦ୍ଧ ମନ୍ଦିର । ପ୍ରତିବର୍ଷ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହୋଇଥାଏ | ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ ଏଠାକାର ରଥଯାତ୍ରାରେ ଦେଖିବାକୁ ମିଳିଥାଏ | ବରଗଡ ଜିଲ୍ଲାରେ ଭଟଲି ରଥଯାତ୍ରା ଦ୍ଵିତୀୟ ଶ୍ରୀକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ରସାଳୀ ରଥଯାତ୍ରା ମଧ୍ୟ ଜିଲ୍ଲାରେ ଗୁହାଳ ତୀର୍ଥ ନାମରେ ପ୍ରସିଦ୍ଧି ଲାଭ କରିଛି |

ପ୍ରତିଦିନ ଏହି ମନ୍ଦିରରେ ଭକ୍ତଙ୍କ ସୁଅ ଛୁଟିଥାଏ ଏବଂ ସବୁବେଳେ ଏହି ମନ୍ଦିରଟି ଚଳଚଞ୍ଚଳ ରହିଥାଏ । ବର୍ତ୍ତମାନ କିନ୍ତୁ ପରିସ୍ଥିତି ସମ୍ପୂର୍ଣ ଅଲଗା | ନିଛାଟିଆ ହୋଇପଡିଛି ଜଗନ୍ନାଥଙ୍କ ମନ୍ଦିର ନା କେହି ଭକ୍ତ ଏଠାକୁ ଆସୁଛନ୍ତି ନା ଏଠାରେ ଶୁଭୁଛି ଘଣ୍ଟ, ବାଦ୍ୟ ଓ ହୁଳୁହୁଳିର ଶବ୍ଦ | ଭକ୍ତଙ୍କ ଗଣ୍ଡଗୋଳରେ ବଳି ପଡିଯାଇଛନ୍ତି ଭଗବାନ | ମନ୍ଦିରର ଅଧିକାରକୁ ନେଇ ତରାକନା ଗ୍ରାମବାସୀ ସହିତ ଆଖପାଖ ରସାଳୀ , ଉର୍ଦୁନା , ଖରମୁଣ୍ଡା ଓ ଆଞ୍ଚଳିକ ଗ୍ରାମବାସୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଗୋଷ୍ଠୀ ସଂଘର୍ଷର ଭୟଙ୍କର ରୂପ ନେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଲାଗୁ କରିଦିଆଯାଇଛି | ମନ୍ଦିରର ମୁଖ୍ୟ ଦ୍ଵାରରେ ପ୍ରଶାସନର ନୋଟିସ ମଧ୍ୟ ଲଗାଯାଇଛି ଯେ ମନ୍ଦିରର ବିବାଦ ସମାଧାନ ହେବା ଯାଏ କେହି ମନ୍ଦିରକୁ ଆସିପାରିବେ ନାହି | ଫଳରେ ଭକ୍ତଙ୍କ ମନ୍ଦିର ଯିବା ଆସିବା ସମ୍ପୂର୍ଣ ମନା ହୋଇଯାଇଛି | ମନ୍ଦିରରେ କେବଳ ପୁଝାରୀ ପରିବାର ଓ ପୋଲିସ ଫୋର୍ସ ଜଗିରହିଛନ୍ତି |

ସମୟ ଥିଲା ମନ୍ଦିର ପରିସରରେ ପ୍ରତିଦିନ ବିବାହ , ବ୍ରତ ଓ ପୂଜା ପାଠ ଚାଲିଆସୁଥିଲା ଏବଂ ମନ୍ଦିର ପୂଜକ ଭଲ ଦୁଇପଇସା ପାଇ ମନ୍ଦିର ର ରକ୍ଷଣା ବେକ୍ଷଣ କରୁଥିଲେ କିନ୍ତୁ କିଛି ମାସ ହେଲା ମନ୍ଦିର ପୂଜକ କୁ ଦାନ ଟିକିଏ ମଧ୍ୟ ମିଳିପାରୁନାହିଁ ଫଳରେ ଚିନ୍ତାରେ ପଡିଛନ୍ତି ପୂଜକ ପରିବାର | ଆଉ ଅଳ୍ପ ଦିନ ପରେ ରଥଯାତ୍ରା । ଚିନ୍ତାରେ ଭକ୍ତ ଓ ପ୍ରଶାସନ । ଗଣ୍ଡଗୋଳ ଆଗରେ ଫିକା ପଡିଯାଇଛି ଭକ୍ତଙ୍କ ଭକ୍ତିଭାବ ଏବଂ ଆଶଙ୍କାରେ ରହିଛି ଚଳିତ ବର୍ଷର ଗୁହାଳ ତୀର୍ଥଯାତ୍ରା |

ଆଖପାଖ ଗ୍ରାମ ମଧ୍ୟରେ ଲାଗିରହିଥିବା ଗଣ୍ଡଗୋଳର ସମାଧାନ ଯେପର୍ଯ୍ୟନ୍ତ ନହୋଇଛି ଚଳିତ ବର୍ଷର ରଥଯାତ୍ରା ବା ପ୍ରସିଦ୍ଧ ଗୁହାଳ ତୀର୍ଥ ହେବ ନା ନାହି ତାହା ସନ୍ଦେହ ରହିଛି | ହେଲେ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମବାସୀଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇ କିପରି ରଥଯାତ୍ରା ଶାନ୍ତିଶୃଙ୍ଖଳା ରେ ପାଳନ ହେବ ସେନେଇ ପ୍ରୟାସ ଜାରି ରଖିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

DFGD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.