ବରଗଡ: ଦିନକୁ ଦିନ ଓଡିଶାରେ କାୟା ବିସ୍ତାର କରୁଛି କୋରୋନା । ମହାମାରୀ କୋରୋନା ସଂକ୍ରମଣକୁ ରୋକ ଲଗାଇବା ପାଇଁ ମୋଦି ସରକାର 21 ଦିନିଆ ଲକ ଡାଉନ ଘୋଷଣା କରିଛନ୍ତି । କୋରୋନାର ଭୟାବହତାକୁ ଭଲଭାବରେ ବୁଝିସାରିଥିବା ବରଗଡର ଜଣେ ଦଶମ ଶ୍ରେଣୀର ଛାତ୍ରୀ ସୌଭାଗ୍ୟଲକ୍ଷ୍ମୀ ଦାଶ ସଚେତନତା ପାଇଁ ଆଗେଇ ଆସିଛନ୍ତି ।
ମାଆ ରୁଦ୍ରାଣୀ ଦାଶଙ୍କ ପ୍ରେରଣାରେ ସେ କୋରୋନା ସଚେତନତାକୁ ନେଇ ଗୀତ ଗାଇଛନ୍ତି । ଗୀତ ମାଧ୍ୟମରେ ସେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରୁଛନ୍ତି । ଉଭୟ ମା ଓ ଝିଅଙ୍କ ନିଆରା ପ୍ରୟାସଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ