ETV Bharat / state

ବିଜେପୁର ଭୋଟିଂ: ୧୦୮ ନମ୍ବର ବୁଥରେ ୧୦୮ ବର୍ଷୀୟ ବୃଦ୍ଧ - ପୋଲିଂ ବୁଥ ଗୁଡିକରେ ପହଞ୍ଚି ଭୋଟ ପ୍ରଦାନ

୧୦୮ ନମ୍ବର ବୁଥରେ ମତଦାନ ପାଇଁ ପହଞ୍ଚିଲେ ୧୦୮ ବର୍ଷୀୟ ବୃଦ୍ଧ । ବିଜେପୁର ଉପନିର୍ବାଚନରେ ଲୋକଙ୍କ ମଧ୍ୟରେ ଉତ୍ସାହ ନଥିବା ବେଳେ ବହୁ ବୃଦ୍ଧବୃଦ୍ଧାମାନଙ୍କ ମତଦାନ କରିବାର ଉତ୍ସାହ କିଛି କମ ନଥିଲା। ଅଧିକ ଖବର ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ
author img

By

Published : Oct 21, 2019, 6:23 PM IST

ବରଗଡ: ୧୦୮ ନମ୍ବର ବୁଥରେ ମତଦାନ ପାଇଁ ପହଞ୍ଚିଲେ ୧୦୮ ବର୍ଷୀୟ ବୃଦ୍ଧ । ବିଜେପୁର ଉପନିର୍ବାଚନରେ ଲୋକଙ୍କ ମଧ୍ୟରେ ଉତ୍ସାହ ନଥିବା ବେଳେ ବହୁ ବୃଦ୍ଧବୃଦ୍ଧାମାନଙ୍କ ମତଦାନ କରିବାର ଉତ୍ସାହ କିଛି କମ ନଥିଲା। ପରିଣତ ବୟସରେ ମଧ୍ୟ ସେମାନେ ନିଜର ମତ ସାବ୍ୟସ୍ତ କରିବା ପାଇଁ ପୋଲିଂ ବୁଥ ଗୁଡିକରେ ପହଞ୍ଚି ଭୋଟ ପ୍ରଦାନ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବିଜେପୁରରେ ଦେଢ଼ ବର୍ଷରେ ତିନି ଥର ନିର୍ବାଚନ ହୋଇଥିବା ବେଳେ ବିଜେପୁରବାସୀ ମତଦାନରେ ସେତେ ଉତ୍ସାହିତ ହେଉନଥିବା ଦେଖାଯାଇଛି । ତେବେ ବିଜେପୁରର ୧୦୮ ବର୍ଷର ଜଣେ ବୃଦ୍ଧ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ପହଞ୍ଚିଥିଲେ ବିଜେପୁରର ୧୦୮ ନମ୍ବର ବୁଥରେ । ବୃଦ୍ଧ ଜଣକ ହେଲେ ରାମଜି ସାହୁ । ସେ ବିଜେପୁର ସଙ୍କର୍ଷଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ।

ଚଳିତ ୨୦୧୯ ଉପନିର୍ବାଚନ ପାଇଁ ମତଦାନ କରି ନୂତନ ଯୁବପୀଢୀ ତଥା ମତଦାନକୁ ନାପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସେ । କାର୍ଯ୍ୟ ବ୍ୟସ୍ତତା ଓ ଅନ୍ୟାନ୍ୟ କାରଣ ଦର୍ଶାଇ ମତଦାନ କରୁନଥିବା ବ୍ୟକ୍ତି ମାନେ ୧୦୮ ବର୍ଷର ରାମଜୀ ସାହୁଙ୍କ ପରି ଶିକ୍ଷିତ ବୃଦ୍ଧଙ୍କ ଠାରୁ ମତଦାନର ମହତ୍ତ୍ବ ଜାଣିବା ଦରକାର। ଦ୍ଵିତୀୟ ବିଶ୍ଵଯୁଦ୍ଧ ଠାରୁ ଆରମ୍ଭ କରି ବ୍ରିଟିଶ ଶାସନ ଓ ଆଜିର ରାଜନୀତି ଦେଖିଥିବା ରାମଜୀ କହିଛନ୍ତି, ଆଗରୁ ମତଦାନ ପ୍ରକ୍ରିୟାରେ ଅନେକ ତ୍ରୁଟି ରହୁଥିଲା ।

ଆଜିର ମତଦାନ ପ୍ରକ୍ରିୟାରେ ସୁଧାର ଆସିଥିଲେ ମଧ୍ୟ ବହୁ ତ୍ରୁଟି ପରିଲକ୍ଷିତ ହେଉଛି। ଲୋକଙ୍କ ମଧ୍ୟରେ ବହୁ ମତାନ୍ତର ଲାଗିରହୁଛି । ଯାହାକି ସେତେବେଳର ମତଦାନ ସମୟରେ ନଥିଲା । ତାଙ୍କ ସମୟରେ ୨ ଟଙ୍କାର ଖଜଣା ଦେଉଥିବା ଲୋକମାନଙ୍କର ହିଁ କେବଳ ମତଦାନ କରିବାର ଅଧିକାର ରହିଥିଲା ଏବଂ ସାଧାରଣ ଲୋକଙ୍କୁ ଭୋଟ ଦେବାର ଅଧିକାର ନଥିଲା ବୋଲି କହିଛନ୍ତି କହିଛନ୍ତି ସେ ।
ତେବେ ପରବର୍ତ୍ତୀ ମୂହୁର୍ତ୍ତରେ ଏହି ନିୟମରେ ପରିବର୍ତ୍ତନ କରାଯାଇ ସର୍ବସାଧାରଣଙ୍କୁ ମଧ୍ୟ ଭୋଟ ଦେବାର ଅଧିକାର ଦିଆଯାଇଥିଲା ।

୧୦୮ ବର୍ଷର ଏହି ବୃଦ୍ଧ ଭୋଟର କୁହନ୍ତି ଯେ, ତାଙ୍କ ସମୟର ରାଜନୀତିରେ ମଧ୍ୟ ଠକାମି ଚାଲିଥିଲା ଏବଂ ଆଜି ମଧ୍ୟ ସେହି ଠକାମି ଚାଲିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:୧୦୮ ନମ୍ବର ବୁଥରେ ମତଦାନ ପାଇଁ ପହଁଚିଲେ ୧୦୮ ବର୍ଷର ବୃଦ୍ଧ । ବିଜେପୁର ଉପନିର୍ବାଚନରେ ଲୋକଙ୍କ ମଧ୍ୟରେ ଉତ୍ସାହ ନଥିବା ବେଳେ ବହୁ ବୃଦ୍ଧ ବୃଦ୍ଧାମାନଙ୍କର ମତଦାନ କରିବାର ଉତ୍ସାହ କିଛି କମ ନଥିଲା । ପରିଣତ ବୟସରେ ମଧ୍ୟ ସେମାନେ ନିଜର ମତ ସାବ୍ୟସ୍ତ କରିବା ପାଇଁ ପୋଲିଂ ବୁଥ ଗୁଡିକରେ ପହଞ୍ଚି ଭୋଟ ପ୍ରଦାନ କରିଥିଲେ।

Body:ବିଜେପୁରରେ ଦେଢ଼ ବର୍ଷରେ ତିନି ଥର ନିର୍ବାଚନ ହୋଇଥିବା ବେଲେ ବିଜେପୁର ବାସୀ ମତଦାନରେ ସେତେ ଉତ୍ସାହିତ ହେଉନଥିବା ଦେଖାଯାଇଛି ତେବେ ବିଜେପୁରର ୧୦୮ ବର୍ଷର ଜଣେ ବୃଦ୍ଧ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ପହଞ୍ଚିଥିଲେ ବିଜେପୁରର ୧୦୮ ନମ୍ବର ବୁଥରେ । ବୃଦ୍ଧ ଜଣକ ହେଲେ ରାମଜି ସାହୁ । ସେ ବିଜେପୁର ସଙ୍କର୍ଷଣ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ । ଚଳିତ ୨୦୧୯ ଉପନିର୍ବାଚନ ପାଇଁ ମତଦାନ ଦେଇ ନୂତନ ଯୁବପିଢୀ ତଥା ମତଦାନକୁ ନାପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସେ । କାର୍ଯ୍ୟ ବ୍ୟସ୍ତତା ଓ ଅନ୍ୟାନ୍ୟ କାରଣ ଦର୍ଶାଇ ମତଦାନ କରୁନଥିବା ବ୍ୟକ୍ତି ମାନେ ୧୦୮ ବର୍ଷର ରାମଜୀ ସାହୁଙ୍କ ପରି ଶିକ୍ଷିତ ବୃଦ୍ଧଙ୍କ ଠାରୁ ମତଦାନର ମହତ୍ଵ ଜାଣିବା ଦରକାର। ଦ୍ଵିତୀୟ ବିଶ୍ଵଯୁଦ୍ଧ ଠାରୁ ଆରମ୍ଭ କରି ବ୍ରିଟିଶ ଶାସନ ଓ ଆଜିର ରାଜନୀତି ଦେଖିଥିବା ରାମଜୀ କହିଛନ୍ତି, ଆଗରୁ ମତଦାନ ପ୍ରକ୍ରିୟାରେ ଅନେକ ତ୍ରୁଟି ରହୁଥିଲା । ଆଜିର ମତଦାନ ପ୍ରକ୍ରିୟାରେ ସୁଧାର ଆସିଥିଲେ ମଧ୍ୟ ବହୁ ତ୍ରୁଟି ପରିଲିକ୍ଷିତ ହେଉଛି । ଲୋକଙ୍କ ମଧ୍ୟରେ ବହୁ କଜିଆ ଓ ମାରପିଟ ଲାଗିରହୁଛି । ଯାହାକି ସେତେବେଳର ମତଦାନ ସମୟରେ ନଥିଲା । ତାଙ୍କ ସମୟରେ ୨ ଟଙ୍କାର ଖଜଣା ଦେଉଥିବା ଲୋକମାନଙ୍କର ହିଁ କେବଳ ମତଦାନ କରିବାର ଅଧିକାର ରହିଥିଲା ଏବଂ ସାଧାରଣ ଲୋକଙ୍କୁ ଭୋଟ ଦେବାର ଅଧିକାର ନଥିଲା ବୋଲି କହିଛନ୍ତି ଶ୍ରୀ ସାହୁ ।
ତେବେ ପରବର୍ତ୍ତି ମୁହୂର୍ତ୍ତରେ ଏହି ନିୟମରେ ପରିବର୍ତ୍ତନ କରାଯାଇ ସର୍ବସାଧାରଣଙ୍କୁ ମଧ୍ୟ ଭୋଟ ଦେବାର ଅଧିକାର ଦିଆଯାଇଥିଲା । ୧୦୮ ବର୍ଷର ଏହି ବୃଦ୍ଧ ଭୋଟର କହନ୍ତି ଯେ ତାଙ୍କ ସମୟର ରାଜନୀତିରେ ମଧ୍ୟ ଠକାମି ଚାଲିଥିଲା ଏବଂ ଆଜି ମଧ୍ୟ ସେହି ଠକାମି ଚାଲିଛି । ନେତା ମାନେ କେବଳ ନିଜର ସ୍ଵାର୍ଥ୍ୟ ହାସଲ କରିବାପାଇଁ ରାଜନୀତି କରୁଛନ୍ତି ଏବଂ ଆଜି ମଧ୍ୟ ସାଧାରଣ ଲୋକ ବୋକା ବନୁଛନ୍ତି ।

ବାଇଟ ୧- ପ୍ରଶାନ୍ତ ସାହୁ ( ବୃଦ୍ଧଙ୍କ ପୁଅ )
ବାଇଟ ଓ ଭିଡ଼ିଓ Mojo ରେ ଯାଇଛି Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.