ETV Bharat / state

ବରଗଡରେ ପହଞ୍ଚିଲା କୋରୋନା, ମୁମ୍ବାଇ ଫେରନ୍ତା ମହିଳା ପଜିଟିଭ ଚିହ୍ନଟ

author img

By

Published : May 24, 2020, 9:21 AM IST

Updated : May 24, 2020, 9:05 PM IST

ବରଗଡରେ ପହଞ୍ଚିଲା କୋରୋନା, ମୁମ୍ବାଇ ଫେରନ୍ତା ମହିଳା ପଜିଟିଭ ଚିହ୍ନଟ
ବରଗଡରେ ପହଞ୍ଚିଲା କୋରୋନା, ମୁମ୍ବାଇ ଫେରନ୍ତା ମହିଳା ପଜିଟିଭ ଚିହ୍ନଟ

08:51 May 24

ବରଗଡ଼: ଜିଲ୍ଲାକୁ ପହଞ୍ଚିଲା କରୋନା । ରାଜ୍ୟରେ ମାତ୍ର ଚାରୋଟି ଜିଲ୍ଲାରେ କୋରୋନା ସଂକ୍ରମିତ ସଂଖ୍ୟା ଶୂନ ରହିଥିବା ବେଳେ ସେଥି ମଧ୍ୟରୁ ବରଗଡ଼ ଜିଲ୍ଲା ମଧ୍ୟ କୋରୋନା ଶୂନ୍ୟ ରହିଥାଲା । ହେଲେ ରବିବାର ଏହି ଜିଲ୍ଲାକୁ ଛୁଇଁସାରିଛି କେରୋନା । ବରଗଡ଼ ସହର ସୁବାଷ ନଗର ୱାର୍ଡ ନମ୍ବର ୧୪ରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ବରଗଡ଼ ସୁବାଷ ନଗରର ଏହି ସଂକ୍ରମିତ ମହିଳା ଜଣକ ତାଙ୍କ ପୁଅ ସଙ୍ଗେ ମହାରାଷ୍ଟ୍ରର ମୁମ୍ବାଇରେ ରହୁଥିଲେ । ପୁଅ ମୁମ୍ବାଇରେ ଇଞ୍ଜିନିୟର କାମକରୁଥିବା ବେଳେ ମହିଳା ତାଙ୍କ ସାଙ୍ଗରେ ରହୁଥିଲେ । ମାତ୍ର ମହାରାଷ୍ଟ୍ରର ପରିସ୍ଥିତି ଦେଖି ସେମାନେ ଗତ ୧୨ ତାରିଖରେ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେଁ ବରଗଡ଼କୁ ଫେରି ଘରେ କ୍ବାରେଣ୍ଟଇନରେ ରହିଥିଲେ । ପ୍ରଶାସନ ପକ୍ଷରୁ ଘରର ସମସ୍ତ ସଦସ୍ୟଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଶନିବାର ପରୀକ୍ଷାର ରିପୋର୍ଟ ଆସିଥିଲା । ଘରର ସମସ୍ତ ସଦସ୍ୟଙ୍କର ରିପୋର୍ଟ ନେଗେଟିଭି ଆସିଥିବା ବେଳ 52 ବର୍ଷୀୟା ଏହି ମହିଳା ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି।

ତେବେ ବରଗଡ଼ ଜିଲ୍ଲାରେ ଏହା ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଏହି ଅଞ୍ଚଳର ସମସ୍ତ ରାସ୍ତାକୁ ସିଲ କରିଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : May 24, 2020, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.