ETV Bharat / state

ରେଳଷ୍ଟେସନରେ ବଙ୍ଗୀୟ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଯୁବକ ଅଟକ

author img

By

Published : Mar 28, 2022, 4:53 PM IST

Updated : Mar 29, 2022, 9:40 AM IST

ବାଲେଶ୍ଵର ଷ୍ଟେସନ ପରିସରରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ବଙ୍ଗୀୟ ଯାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଅଭିଯୋଗ । ତେବେ ଜଣେ ଯୁବକ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଘଟଣାରେ ବଙ୍ଗୀୟ ଯୁବତୀ ଜଣଙ୍କ ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ, ଜିଆରପିରେ ଅଭିଯୋଗ କଲେ ଯୁବତୀ

ବାଲେଶ୍ବର: ବାଲେଶ୍ଵର ଷ୍ଟେସନ ପରିସରରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ବଙ୍ଗୀୟ ଯାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଅଭିଯୋଗ । ତେବେ ଜଣେ ଯୁବକ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଘଟଣାରେ ବଙ୍ଗୀୟ ଯୁବତୀ ଜଣଙ୍କ ରେଳବାଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଯୁବକ ବାଲେଶ୍ବର ରେଳ ଷ୍ଟେସନ ପରିସରରେ ଜଣେ ପଶ୍ଚିମବଙ୍ଗର ଯୁବତୀକୁ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ବାଲେଶ୍ଵର ଜିଆରପି ଥାନାରେ ଅଭିଯୋଗ କରିଛନ୍ତି ।

ଭଦ୍ରକ ଅଞ୍ଚଳର ଆନନ୍ଦ ଚନ୍ଦ୍ର ଜେନା ନିଜକୁ ଏକ ୟୁଟ୍ୟୁବ ଚ୍ୟାନେଲର ସାମ୍ବାଦିକ ପରିଚୟ ଦେଇ ବାଲେଶ୍ବର ଷ୍ଟେସନରେ ଯାତ୍ରୀଙ୍କ ପାଇଁ ଥିବା ପ୍ରତିକ୍ଷାଳୟରେ ଯୁବତୀଙ୍କୁ ଏକା ବସିଥିବା ଦେଖି ଅଶ୍ଳୀଳ ଇଙ୍ଗିତ କରିଥିଲେ । ଯୁବକ ଜଣକର ଏଭଳି ଆଚରଣ ଦେଖି ଓଡିଆ ବୁଝି ପାରୁନଥିବା ଯୁବତୀ ଏକ ଭିଡିଓ ଉତ୍ତୋଳନ କରିବା ସହ ପରେ ଭୟଭୀତ ହୋଇ ଜିଆରପିର ସହାୟତା ନେଇଥିଲେ । ପରେ ଯୁବକଙ୍କ ନାଁରେ ଏକ ଲିଖିତ ଅଭିଯୋଗ କରିବା ସହ ବାଲେଶ୍ବର ଜିଆରପି ଯୁବକଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରିବା ସହ ଅଧିକ ପଚରାଉଚରା ଜାରି ରଖିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 29, 2022, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.