ବାଲେଶ୍ବର: ବାଲେଶ୍ଵରରେ ଦୁଇ ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ କଲେ ଛାତ୍ର କଂଗ୍ରେସ କର୍ମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ଵର ଗସ୍ତରେ ଆସି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ (BSKY Smart Health Card Distribution in Balasore) । ଏଥିରେ ଯୋଗଦେଇଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଉପରେ ଅଣ୍ଡା ମାଡ କରିଛି ବାଲେଶ୍ଵର ଛାତ୍ର କଂଗ୍ରେସ।
ସେରଗଡ ଛକ ନିକଟରେ ଅଣ୍ଡା ମାଡ ହୋଇଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଦୁଇ ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ ହୋଇଥିଲା । ଏଠି ସୂଚନାଯୋଗ୍ୟଯେ ଅଣ୍ଡାମାଡ ଓ କଳାପତାକା ଭୟରେ ଗତ ରାତିରେ ବିଜେପି ଓ କଂଗ୍ରେସର ବହୁ ନେତା ଓ କର୍ମୀଙ୍କୁ ପୋଲିସ ଘରୁ ଉଠାଇ ନେଇଥିଲା।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ