ବାଲେଶ୍ଵର: ଶିଳ୍ପାଞ୍ଚଳ ଥାନା ଅଧିନ ଗଣେଶ୍ବରପୁର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ମାଡ଼ ମରାଯାଇଥିବା ଦେଖିବାକୁ ମିଳିଛି। ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥାନାକୁ ନେଇଥିବା ଜଣା ପଡିଛି ।
ସୂଚନା ଅନୁସାରେ, ଗଣେଶ୍ବରପୁରଠାରେ ଥିବା ବସଷ୍ଟାଣ୍ଡ ପଡ଼ିଆରେ କିଛି ଯାଯାବର ତମ୍ବୁ ଟାଙ୍ଗି ରାହୁଛନ୍ତି । ଯାଯାବରଙ୍କ ଏକ ଶିଶୁକୁ ଜଣେ ବାହାର ରାଜ୍ୟର ଜଣେ ବ୍ୟକ୍ତି ନଡ଼ିଆ ଦେବାକୁ କହି ପାଖକୁ ଡାକିଥିଲା। ଏହାକୁ ସ୍ଥାନୀୟ ଲୋକେ ଦେଖିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପିଲାଚୋର ସନ୍ଦେହରେ ନିସ୍ତୁକ ମାଡ଼ ମାରିଥିବା ଦେଖିବାକୁ ମିଳିଛି ।
ଉକ୍ତ ବ୍ୟକ୍ତିଙ୍କ ପାଖରୁ କିଛି ନିଶା ବଟିକା ମିଳିଥିବା କୁହାଯାଉଛି। ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ରହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ