ETV Bharat / state

ମଦ ବିରୋଧରେ ଥାନା ଘେରିଲେ 2ଶହ ମହିଳା

author img

By

Published : Sep 29, 2019, 11:29 PM IST

ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର କରିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ବେଆଇନ ମଦ ବିକ୍ରି ବନ୍ଦ ଦାବିରେ ଥାନା ଘେରିଲେ ମହିଳା । ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
ପାଖାପାଖି 2ଶହରୁ ଉର୍ଦ୍ଧ୍ବ ମହିଳା 2 ଜଣ ଚୋରା ମଦ ବେପାରୀଙ୍କୁ ଧରି ଖନ୍ତାପଡ଼ା ଥାନାରେ ଜିମା ଦେଇଥିବା ଜଣାପଡିଛି ।

ଏହି ଅଞ୍ଚଳରେ ବହୁ ଚୋରା ମଦ ବେପାରି ମୁଣ୍ଡ ଟେକିଥିବା ବେଳେ ପୋଲିସ କିମ୍ବା ଅବକାରୀ ବିଭାଗ ରୋକ ଲଗାଇବାରେ ଅସମର୍ଥ ହୋଇଛନ୍ତି । ଯାହାକୁ ନେଇ ଉତ୍ୟକ୍ତମାନେ ଥାନା ଅଧିକାରୀଙ୍କ ଉପରେ ବର୍ଷିବା ସହ ଥାନା ଘେରିଛନ୍ତି ।

ଆଗକୁ ଦୁର୍ଗାପୂଜା ଥିବାବେଳେ ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢୁଥିବା ମହିଳାମାନେ ଅଭିଯୋଗ ହୋଇଛି । ଗାଁ ଗାଁରେ ମଦ କାରବାର ଚାଲୁଥିବାରୁ ରାସ୍ତାରେ ମଦୁଆଙ୍କ ଉତ୍ପାତ ଯୋଗୁଁ ସାଧାରଣଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା କୁହାଯାଇଛି ।

ବେଆଇନ ମଦ କାରବାରକୁ ବନ୍ଦ କରିବା ସହ ଅନ୍ୟ ମଦ ବେପାରୀଙ୍କୁ ଗିରଫ କରିବା ଦାବିରେ ମହିଳାମାନେ ଥାନାରେ ବିକ୍ଷୋଭ କରିଥିଲେ । ଯାହାଫଳରେ ଦୀର୍ଘ ସମୟ ଧରି ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଅଞ୍ଚଳରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ ଜୋରଦାର କରିଥିବା ଦେଖିବାକୁ ମିଳିଛି।
ଖନ୍ତାପଡ଼ା ଅଞ୍ଚଳରେ ବହୁ ଚୋରା ମଦ ବେପାରିମାନେ ମୁଣ୍ଡ ଟେକିଥିବା ବେଳେ ପୋଲିସ କି ଅବକାରୀ ବିଭାଗ ସେମାନଙ୍କ ଉପରେ ରୋକ ଲଗାଇବାରେ ଅସମର୍ଥ ହେଉଥିବା ଅଭିଯୋଗ ହୋଇଛି। ଆଗକୁ ଦୁର୍ଗାପୂଜା ଥିବା ବେଳେ ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିଥିବା ଅଭିଯୋଗ ହୋଇଛି।ଗାଁ ଗାଁରେ ମଦ କାରବାର ଚାଲୁଥିବାରୁ ରାସ୍ତାରେ ମଦୁଆଙ୍କ ଉତ୍ପାତ ଯୋଗୁଁ ସାଧାରଣଲୋକଙ୍କ ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଥିବା କୁହାଯାଇଛି। ଏହାକୁ ନେଇ 2ଶହରୁ ଉର୍ଦ୍ଧ୍ୱ ମହିଳା 2 ଜଣ ଚୋରା ମଦ ବେପାରୀଙ୍କୁ ଧରି ଖନ୍ତାପଡ଼ା ଥାନାରେ ଜିମା ଦେଇଥିବା ଜଣାପଡିଛି। ଅନ୍ୟ ମଦ ବେପାରୀଙ୍କୁ ଗିରଫ କରିବା ଦାବିରେ ମହିଳାମାନେ ଥାନାରେ ବିକ୍ଷୋଭ କରିଥିବା ଦେଖିବାକୁ ମିଳିଥିଲା। ଦୀର୍ଘ ସମୟ ଥାନା ପରିସରରେ ଉତ୍ତେଜନା ଲାଗି ରହିଥିଲା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.