ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା - women protest against Baliapala SI

ପୈତୃକ ସ୍ଥାନରେ ପେଟ୍ରୋଲ ପମ୍ପ କାର୍ଯ୍ୟ ଆରମ୍ଭକୁ ବିରୋଧ ଏବଂ ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନାର ଏସଆଇଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଜଣେ ମହିଳା ଧାରଣା ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା
ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା
author img

By

Published : Feb 6, 2020, 1:58 PM IST

ବାଲେଶ୍ବର: ବାଲିଆପାଳ ଥାନାର ମହିଳା ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ପ୍ରତିବାଦ ଓ ପୈତୃକ ସ୍ଥାନରେ ପେଟ୍ରୋଲ ପମ୍ପ କାର୍ଯ୍ୟ ଆରମ୍ଭକୁ ବିରୋଧ କରି ଜଣେ ମହିଳାଙ୍କ ଧାରଣା । ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳା ପ୍ରଥମେ ବାଲିଆପାଳ ଥାନା ଓ ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ଜିଲ୍ଲାପାଳଙ୍କ ଅଫିସ ଆଗରେ ମହିଳାଙ୍କ ଧାରଣା

ମିଳିଥିବା ସୂଚନା ଅନୁସାରେ, ଗୁନାପୁର ଗ୍ରାମର ଅଦାଲତଙ୍କ ଠାରେ ବିଚାରଧୀନ ଏକ ଜାଗାରେ ସରପଞ୍ଚ ପେଟ୍ରୋଲ ପମ୍ପ ନିର୍ମାଣ ଆରମ୍ଭ କରିଛନ୍ତି । ଅଦାଲତଙ୍କ ଦ୍ବାରସ୍ଥ ହୋଇଥିବା ସାୟଦ ସାଦିକ ହୁସେନ ଉକ୍ତ ଜାଗା ଉପରେ ସ୍ଥିତାବସ୍ଥା ଆଣିଥିଲେ । ମାତ୍ର ଅଦାଲତଙ୍କ ନିର୍ଦ୍ଦେଶ ବେଖାତିର କରି ସେଠାରେ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବାବେଳେ ହୁସେନଙ୍କ ଝିଅ ସଦକମ ତବାସୁମ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ସେଠାରେ ସବ ଇନ୍ସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା ତବାସୁମଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ତବାସୁମ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ 23 ତାରିଖରେ ସେ ଉକ୍ତ ଥାନା ଆଗରେ ଧାରଣା ଦେଇଥିଲେ । ଧାରଣା ଦେବା ପରେ ପୋଲିସ ପାଲଟା ମାମଲା ରୁଜୁ କରି ପରିବାରର ଦୁଇଜଣଙ୍କୁ ଗିରଫ କରିଥିବା ତବାସୁମ ଅଭିଯୋଗ କରିଛନ୍ତି । ବାଲିଆପାଳ ଆଇଆଇସି, ବସ୍ତା ଏସଡିପିଓ, ଏସଆଇ ଶ୍ରୀମତୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପେଟ୍ରୋଲ ପମ୍ପ ନିର୍ମାଣ କରୁଥିବା ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହିଳା ଜଣଙ୍କ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି । ଦାବି ପୂରଣ ନେହେବା ଯାଏଁ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନାର ମହିଳା ସବ ଇନ୍ସପେକ୍ଟରଙ୍କ ଦୁର୍ବ୍ୟବହାର ପ୍ରତିବାଦ ଓ ପୈତୃକ ସ୍ଥାନରେ ପେଟ୍ରୋଲ ପମ୍ପ କାର୍ଯ୍ୟ ଆରମ୍ଭ କୁ ବିରୋଧ କରି ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳା ପ୍ରଥମେ ବାଲିଆପାଳ ଥାନା ଓ ପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗୁନାପୁର ଗ୍ରାମର ଅଦାଲତଙ୍କ ଠାରେ ବିଚାଧିନ ଏକ ଜାଗାରେ ସରପଞ୍ଚ ପେଟ୍ରୋଲ ପମ୍ପ ନିର୍ମାଣ ଆରମ୍ଭ କରିଛନ୍ତି। ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବା ସାୟଦ ସାଦିକ ହୁସେନ ଉକ୍ତ ଜାଗା ଉପରେ ସ୍ଥିତାଵସ୍ଥା ଆଣିଥିଲେ। ମାତ୍ର ଅଦାଲତଙ୍କ ନିର୍ଦ୍ଦେଶ ବେଖାତିର କରି ସେଠାରେ ପେଟ୍ରୋଲ ପମ୍ପ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ହୁସେନଙ୍କ ଝିଅ ସଦକମ ତବାସୁମ ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ସେଠାରେ ସବ ଇନିସପେକ୍ଟର ସ୍ବର୍ଣ୍ଣପ୍ରଭା ଜେନା ତବାସୁମଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ତବାସୁମ ବାଲିଆପାଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ 23 ତାରିଖରେ ସେ ବାଲିଆପାଳ ଥାନା ଆଗରେ ଧାରଣା ଦେଇଥିଲେ। ଧାରଣା ଦେବା ପରେ ପୋଲିସ ପାଲଟା ମାମଲା ରୁଜୁ କରି ପରିବାରର ଦୁଇଜଣଙ୍କୁ ଗିରଫ କରିଥିବା ତବାସୁମ ଅଭିଯୋଗ କରିଛନ୍ତି। ବାଲିଆପାଳ ଆଇଆଇସି, ବସ୍ତା ଏସଡିପିଓ, ଏସଆଇ ଶ୍ରୀମତୀ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ପେଟ୍ରୋଲ ପମ୍ପ ନିର୍ମାଣ କରୁଥିବା ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମହିଳା ଜଣଙ୍କ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ଦାବି ପୂରଣ ନେହେବା ଯାଏ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି।
ବାଇଟ- ସଦକମ ତବାସୁମ(ଧାରଣାକାରୀ)Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.