ETV Bharat / state

ସ୍ବାମୀ ଆଗରେ ବିଷ ପିଇଲା ସ୍ତ୍ରୀ, ପରିବାର ଲୋକଙ୍କ ହତ୍ୟା ଅଭିଯୋଗ

author img

By

Published : Jul 1, 2019, 11:33 AM IST

ବାଲେଶ୍ବରର ଜଳେଶ୍ବର ଅଞ୍ଚଳରେ ସ୍ବାମୀ ଆଗରେ ବିଷ ପିଇ ସ୍ତ୍ରୀର ଆତ୍ମହତ୍ୟା । ହତ୍ୟା ସନ୍ଦେହ କରି ଜଳେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ସ୍ବାମୀ ଆଗରେ ବିଷ ପିଇ ସ୍ତ୍ରୀର ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବରର ଜଳେଶ୍ବର ଅଞ୍ଚଳରେ । ହେଲେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ସିଙ୍ଗଲା ଥାନା ଅଧିନସ୍ଥ ପାଉଁଶକୁଲି ଗ୍ରାମ ପଞ୍ଚାୟତର ବେଗୁନିଆ ଗ୍ରାମର ଶୁଭେନ୍ଦୁ ସାହୁ 2014 ମସିହାରେ ସାନପଢ଼ିହାରୀପୁର ଗ୍ରାମର ରିତା ସାହୁ (28)ଙ୍କୁ ବିବାହ କରିଥିଲେ । ଶୁଭେନ୍ଦୁ ସାହୁ ଜଳେଶ୍ବର ଆୟକର ବିଭାଗରେ କାମ କରନ୍ତି । ଜଳେଶ୍ବର ଥାନା ରାଜପୁର ଅଞ୍ଚଳରେ ଉଭୟ ସ୍ବାମୀ-ସ୍ତ୍ରୀ ଏକ ଭଡା ଘରେ ରହି ଆସୁଥିଲେ । ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏଥିରେ ରିତା ସାହୁ ସ୍ବାମୀଙ୍କ ଆଗରେ ବିଷ ପିଇ ଦେଇଥିଲେ । ଶୁଭେନ୍ଦୁ ତାଙ୍କୁ ଜଳେଶ୍ବର ହସ୍ପିଟାଲକୁ ନେଇ ଆସିଥିଲେ ୲ ହେଲେ ଚିକିତ୍ସିତ ଅବସ୍ଥାରେ ରିତାଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ରିତା ସାହୁଙ୍କ ବାପଘର ଲୋକେ ମେଡିକାଲରେ ପହଞ୍ଚିଥିଲେ । ଶୁଭେନ୍ଦୁ ରିତାଙ୍କୁ ହତ୍ୟା କରିଛି ବୋଲି ସନ୍ଦେହ କରି ଜଳେଶ୍ବର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ୱାମୀ ଆଗରେ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାତ୍ର ବାପଘର ଲୋକେ ଏହାକୁ ହତ୍ୟାକାଣ୍ଡର ଅଭିଯୋଗ କରିଥିବା ଜଣାପଡ଼ିଛି।

Body:ସିଙ୍ଗଲା ଥାନା ଅଧିନସ୍ଥ ପାଉଁଶକୁଲି ଗ୍ରାମ ପଞ୍ଚାୟତ ର ବେଗୁନିଆ ଗ୍ରାମର ଶୁଭେନ୍ଦୁ ସାହୁ 2014 ମସିହାର ସାନ ପଢ଼ିହାରୀ ପୁର ଗ୍ରାମର ରିତା ସାହୁ (28)ଙ୍କୁ ବିବାହ କରିଥିଲେ । ଶୁଭେନ୍ଦୁ ସାହୁ ଜଳେଶ୍ୱର income tex gst ￰ବିଭାଗରେ କାମ କରନ୍ତି।ଜଳେଶ୍ବର ଥାନା ରାଜପୁର ଅଞ୍ଚଳରେ ଉଭୟ ସ୍ୱାମୀ ସ୍ତ୍ରୀ ଏକ ଭଡା ଘରେ ରହି ଆସୁଥିଲେ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇ ଥିଲା। ଏଥିରେ ରିତା ସାହୁ ବିଷ ପିଇ ଦେଇଥିଲେ। ଶୁଭେନ୍ଦୁ ତାଙ୍କୁ ଜଳେଶ୍ୱର ହସ୍ପିଟାଲ କୁ ନେଇ ଆସିଥିଲେ ୲ ହେଲେ ଚିକିତ୍ସିତ ଅବସ୍ଥାରେ ସନ୍ଧ୍ୟାରେ ରିତାଙ୍କର ମୃତ୍ୟୁ ହେଇ ଥିଲା l

Conclusion:ଖବର ପାଇ ବାପ ଘର ଲୋକେ ମେଡିକାଲରେ ପହଞ୍ଚିଥିଲେ ଓ ଶୁଭେନ୍ଦୁ ରିତାଙ୍କୁ ହତ୍ୟା କରିଛି ବୋଲି ସନ୍ଧେହ କରି ଥାନାରେ ଅଭିଯୋଗ କରିଛନ୍ତି। ମୃତ ରିତାଙ୍କ ବିବାହ କୁ ପାଞ୍ଚ ବର୍ଷ ପୁରିଥିବା ବେଳେ ତାଙ୍କର ୨ ଝିଅ ଥିବା ଜଣାପଡିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.