ବାଲେଶ୍ବର: ସମ୍ପତ୍ତି ଲୋଭରେ ଯୁବତୀଙ୍କୁ ଗଛରେ ବାନ୍ଧି ନିର୍ଯାତନା ଦେଉଛି ପୁତୁରା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ବଉଳଗଡ଼ିଆ ଅଞ୍ଚଳରେ ।
ଯୁବତୀଙ୍କୁ ନଡ଼ିଆ ଗଛରେ ବାନ୍ଧି ତାଙ୍କ ଭଉଣୀ, ଭିଣୋଇ ଓ ପୁତୁରା ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ସମ୍ପର୍କରେ ଈଶ୍ବରପୁର ଫାଣ୍ଡି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ପୁତୁରାକୁ ନୀଳଗିରି ଥାନାରେ ଅଟକ ରଖିଛି ।
ସୂଚନା ଅନୁସାରେ ପୀଡିତାଙ୍କ ଘରେ ତାଙ୍କ ବଡ ଭଉଣୀ, ଘରଜ୍ବାଇଁ ତଥା ଭିଣୋଇ ଏବଂ ପୁତୁରା ରୁହନ୍ତି । ତେବେ ସମସ୍ତ ଘଟଣା ଜମିଜମାକୁ କେନ୍ଦ୍ରକରି ଘଟିଥିବା ସୂଚନା ମିଳିଛି । ପୋଲିସ ଏ ସମ୍ପର୍କରେ ପୁତୁରାକୁ ଅଟକ ରଖି ଅଧିକ ପଚରାଉଚୁରା ଜାରି ରଖିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ