ETV Bharat / state

ଅଦାଲତ ଭିତରେ ବିଷ ପିଇଲେ ମହିଳା ଆଇନଜୀବୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି - ବିଷ ପିଇଲେ ମହିଳା

ଅଦାଲତ ଭିତରେ ବିଷ ପିଇଲେ ମହିଳା । ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ଅତିଷ୍ଠ ହୋଇ ମହିଳା ଜଣକ ବିଷ ପିଇ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଅଦାଲତ ଭିତରେ ବିଷ ପିଇଲେ ମହିଳା,  ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି

author img

By

Published : May 11, 2022, 5:21 PM IST

Updated : May 11, 2022, 7:22 PM IST

ବାଲେଶ୍ବର : ପରିବାର ଅଦାଲତରେ ସ୍ୱାମୀ ସ୍ତ୍ରୀଙ୍କ ଜେରା ଚାଲିଥିବା ବେଳେ ହଠାତ ସ୍ତ୍ରୀ ବ୍ୟାଗରୁ ବିଷ ବୋତଲ କାଢ଼ି ପିଇ ଦେଇଥିଲେ । ଏହାପରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ପରିବାର ଅଦାଲତରେ ।

ଅଦାଲତ ଭିତରେ ବିଷ ପିଇଲେ ମହିଳା, ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି

ସୂଚନା ଅନୁସାରେ, ବାଲେଶ୍ଵର କୋର୍ଟର ଜଣେ ମହିଳା ଓକିଲ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପାରିବାରିକ କଳହ ଲାଗିଥିଲା । ଏନେଇ ଉଭୟ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଉଭୟଙ୍କ ଛାଡ଼ପତ୍ର ପାଇଁ ପରିବାର ଅଦାଲତରେ ମାମଲା ଚାଲୁଥିଲା ।

ଆଜି ମଧ୍ୟ କୋର୍ଟ ଭିତରେ ଜଜଙ୍କ ଆଗରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଜେରା ଚାଲିଥିବା ବେଳେ ମହିଳା ଜଣଙ୍କ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢ଼ି ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 11, 2022, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.