ETV Bharat / state

Egra Blast: ପଶ୍ଚିମବଙ୍ଗରେ ବ୍ଲାଷ୍ଟ ବାଲେଶ୍ବରରେ ତନାଘନା, ଭୋଗରାଇରୁ ଜଣକୁ ଉଠାଇ ନେଲା CID

author img

By

Published : May 20, 2023, 12:02 PM IST

ପଶ୍ଚିମବଙ୍ଗ ବାଣ ବିସ୍ଫୋରଣ ଘଟଣା । ଭୋଗରାଇ ଥାନା ଅଞ୍ଚଳରେ ପଶ୍ଚିମବଙ୍ଗ ସିଆଇଡି ଟିମର ରେଡ । ଅଧିକ ପଢନ୍ତୁ

egra bomb blast
egra bomb blast
egra bomb blast

ବାଲେଶ୍ବର: ପଶ୍ଚିମବଙ୍ଗ ଇଗ୍ରାର ଖାଡିକୁଲ ଅଞ୍ଚଳରେ ବାଣ ବିସ୍ଫୋରଣ ଘଟଣାର ଓଡିଶା ଲିଙ୍କ୍‌ । ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଲୁଚି ରହିଛି ମୁଖ୍ୟ ଅଭିଯୁକ୍ତ ଭାନୁ ବାଗର ସ୍ତ୍ରୀ । ଏନେଇ ଖବର ପାଇବା ପରେ ଭୋଗରାଇ ଥାନା କମର୍ଦ୍ଦା ଅଞ୍ଚଳରେ ପହଞ୍ଚିଛି ପଶ୍ଚିମବଙ୍ଗ ସିଆଇଡି ଟିମ । ଭାନୁ ବାଗର ଜଣେ ସମ୍ପର୍କୀୟଙ୍କ ଘରେ ଚଢାଉ କରି ଏହି ଘଟଣାରେ ଜଣଙ୍କୁ ସିଆଇଡି ଟିମ ଉଠାଇ ନେଇଥିବା ଜଣାପଡିଛି । ଗୁରୁବାର ଏକ ଘରୋଇ ହସ୍ପିଟାଲରେ ଭାନୁ ବାଗର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Egra Bomb Blast: କଟକର ଘରୋଇ ହସ୍ପିଟାଲରେ ଆଖି ବୁଜିଲା ମୁଖ୍ୟ ଅଭିଯୁକ୍ତ ଭାନୁ ବାଗ

ଗତ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ପୂର୍ବ-ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ଇଗ୍ରାର ଖାଡିକୁଲ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ମଧ୍ୟ ହୋଇଥିଲେ । ଘଟଣା ଦିନ ରାତିରେ ଓଡିଶାକୁ ପଳାଇ ଆସିଥିଲା କାରଖାନର ମାଲିକ ଭାନୁବାଗ । ସେ ମଧ୍ୟ ବିସ୍ଫୋରଣରେ ଆହତ ହୋଇ ଶରୀରର 80 ପ୍ରତିଶତ ପୋଡିଯାଇଥିଲା । ରାତି ପ୍ରାୟ 2ଟା ସମୟରେ କଟକର ଏକ ଘରୋଇ ହସ୍ପିଟାଲରେ ପହଞ୍ଚି ମିଛ ପରିଚୟ ଦେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା ଭାନୁ । ସେ ବାଲେଶ୍ବରର ବାସିନ୍ଦା ହୋଇଥିବା କହିଥିବା ବେଳେ ଗ୍ୟାସ୍‌ ଟାଙ୍କି ଫାଟି ଏଭଳି ହୋଇଥିବା କହିଥିଲା ଡାକ୍ତରଙ୍କୁ । ଏଥିସହ ଏସେ ବାଲେଶ୍ଵରର ବାସିନ୍ଦା ହୋଇଥିବା ଏକ ଆଧାର କାର୍ଡ ଦେଖାଇ ଥିଲା । ନିଜ ପ୍ରକୃତ ନାମ ମଧ୍ୟ କହିନଥିଲା ଭାନୁ ବାଗ।

ଏହା ମଧ୍ୟ ପଢନ୍ତୁ-Egra Bomb Blast: ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କଲା ପୋଲିସ, ନାମ ପରିବର୍ତ୍ତନ କରି ହେଉଥିଲା ଚିକିତ୍ସିତ

ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ଚିକିତ୍ସା କରନ୍ତୁ ପରେ ପୋଲିସ ଷ୍ଟେସନରେ ଖବର ଦେବାକୁ ରୋଗୀର ସମ୍ପର୍କୀୟ କହିଥିଲେ । ରୋଗୀ ଗୁରୁତର ଥିବାରୁ ପୋଲିସର ଅଜ୍ଞାତରେ ଚିକିତ୍ସା କରାଯାଇଥିଲା । ଏହାପରେ ସ୍ଥାନୀୟ ପୋଲିସକୁ ହସ୍ପିଟାଲ ତରଫରୁ ସୂଚନା ଦିଆଯାଇଥିଲା । ଖବର ପାଇବା ପରେ ଗୁରୁବାର କଲିକତାରୁ ଇଗ୍ରା ପୋଲିସ ଆସି ଅଭିଯୁକ୍ତକୁ ଗିରଫ କରିଥିଲା ।

ପରେ ଗତକାଲି(ଶୁକ୍ରବାର) ଚିକିତ୍ସାଧିନ ଅବସ୍ଥାରେ ଭାନୁ ବାଗର ମୃତ୍ୟୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡିକାଲକୁ ପଠାଯିବ ବୋଲି ସୂଚନା ମିଳିଥିଲା । ଏବେ ଅଭିଯୁକ୍ତର ସ୍ତ୍ରୀକୁ ଖୋଜୁଛି ପୋଲିସ । ଆଜି କମର୍ଦ୍ଦା ଥାନା ଅଞ୍ଚଳର ମହାଗବ ଗ୍ରାମରେ ଭାନୁବାଗ ସମ୍ପର୍କୀୟ ଘରେ ପଚାରଉଚରା କରିବା ସହିତ ଜଣକୁ ଉଠାଇ ଆଣିଛି ସିଆଇଡ଼ିର ଟିମ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.