ETV Bharat / state

ବଢୁଛି ଜଳକା: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରୁ ବସ୍ତା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 25, 2019, 1:20 PM IST

ବାଲେଶ୍ବର: ବସ୍ତା ବ୍ଲକରେ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳସ୍ତର ବିପଦ ସଂକେତ ଊର୍ଦ୍ଧ୍ବରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ 5.5 ମିଟର ରହିଥିଲାବେଳେ ସକାଳ 9ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇବା ସହ 6.0 ମିଟରରେ ଜଳ ପ୍ରବାହିତ ହେଉଛି । ଘଣ୍ଟା ପ୍ରତି 0.10 ମିଟର ହାରରେ ଜଳସ୍ତର ବଢୁଥିବା ଜଣାପଡିଛି । ଯଦି ଏଭଳି ଭାବରେ ଲଗାଣ ବର୍ଷା ଜାରି ରହେ, ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟାର ଅଧିକ ଆଶଙ୍କା ରହିଛି । ଏବେ ମଧ୍ୟ କିଛି ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କଲାଣି । ବନ୍ୟା ଆସିଲେ ବସ୍ତା ବ୍ଲକର 12ଟି ପଞ୍ଚାୟତ ଓ ସଦର ବ୍ଲକର 2ଟି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଜଳସ୍ତର ବୃଦ୍ଧି ନେଇ ତଳିଆ ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଧ୍ଯ ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ର ଜଳସ୍ତର କ୍ରମଶଃ ବଢିବାରେ ଲାଗିଛି। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି।
ବସ୍ତା ବ୍ଲକ ମଥାନୀ ଠାରେ ବିପଦ ସଙ୍କେତ 5.50 ମିଟର ରହିଥିଲା ବେଳେ ସକାଳ 9 ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ 6.00 ମିଟର ରେ ଜଳ ପ୍ରବାହିତ ହେଉଛି। ଘଣ୍ଟା ପ୍ରତି 0.10 ମିଟର ରେ ଜଳସ୍ତର ବଢୁଥିବା ଜଣାପଡିଛି। ଯଦି ଏଭଳି ଭାବରେ ଲଗାଣ ବର୍ଷା ଜାରି ରହିବ ତାହାଲେ ଜଳସ୍ତର ବୃଦ୍ଧି ପାଇବା ସହ ବନ୍ଯାର ମଧ୍ଯ ଆଶଙ୍କା ରହିଛି। ଏବେ ମଧ୍ଯ କିଛି ତଳିଆ ଅଂଚଳ ରେ ପାଣି ପ୍ରବେଶ କଲାଣି। ଚାଷ ଜମି ସବୁ ସମ୍ପୂର୍ଣ୍ଣ ଜଳମଗ୍ନ ହେବାରେ ଲାଗିଲାଣି। ବନ୍ଯା ଆସିଲେ ବସ୍ତା ବ୍ଲକ ର 12 ଟି ପଞ୍ଚାୟତ ଓ ସଦର ବ୍ଲକ ର 2 ଟି ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ରହିଛି। ଜଳସ୍ତର ବୃଦ୍ଧି ନେଇ ତଳିଆ ଅଞ୍ଚଳବାସୀ ଚିନ୍ତାରେ ପଡିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.