ETV Bharat / state

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

author img

By ETV Bharat Odisha Team

Published : Dec 2, 2023, 12:07 PM IST

Updated : Dec 2, 2023, 1:09 PM IST

ସ୍ବାମୀଙ୍କ ମୃତ୍ୟୁ ପରେ ପରିବାର ଚଳାଇବାକୁ ଅସମର୍ଥ ଥିଲେ ଜୟନ୍ତୀ । ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ । ଅଧିକ ପଢନ୍ତୁ

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ
ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ

ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ସ୍ତ୍ରୀ

ବାଲେଶ୍ବର: ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ଜୟନ୍ତୀ ମହାନ୍ତି । ସ୍ବାମୀଙ୍କ ମୃତ୍ୟୁ ପରେ ଏକାକୀ ହୋଇଯାଇଥିଲେ ଜୟନ୍ତୀ । ଗୋଟିଏ ପଟେ ପରିବାର ଚଳାଇବାର ଚିନ୍ତା ଆଉ ଅନ୍ୟପଟେ ପିଲାମାନଙ୍କ ଭବିଷ୍ୟତ ଚିନ୍ତା । ଦୁଃଖ କଷ୍ଟରେ ଚଳି ଆସୁଥିଲେ ଏହି ପରିବାର । ତେବେ ଏନେଇ ଖବର ପାଇ ସହାୟତାର ହାତ ବଢାଇଛି ସ୍ବେଚ୍ଛାସେବୀ ସଂଗଠନ । ଅରକ୍ଷିତଙ୍କୁ ଦଇବ ସାହା ଭଳି ଏ ଦୁଃଖି ପରିବାରକୁ ସ୍ବେଚ୍ଛାସେବୀ ସଂଗଠନର ସହାୟତ ପରେ ଏବେ ସ୍ବାବଲମ୍ବୀ ହୋଇ ପାରିଛନ୍ତି ଜୟନ୍ତୀ ।

ତେବେ ମାଣିତ୍ରୀ ଗ୍ରାମର ଶ୍ରୀକାନ୍ତ ମହାନ୍ତିଙ୍କ ସ୍ତ୍ରୀ ହେଉଛନ୍ତି ଜୟନ୍ତୀ । ଶ୍ରୀକାନ୍ତ ଜଣେ ଜଣାଶୁଣା ପଥର ମୂର୍ତ୍ତି କାରିଗର ହୋଇଥିବା ବେଳେ ସେ ରାଜ୍ୟ ତଥା ରାଜ୍ୟ ବାହାରେ ପଥର ମୂର୍ତ୍ତି ତିଆରି କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ । ଏହାରି ଭିତରେ ଶ୍ରୀକାନ୍ତ ସିଲିକସି ଟିବିରେ ଆକ୍ରାନ୍ତ ହୋଇଥିଲେ । ଏହାର ଚିକିତ୍ସା ପାଇଁ ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ ହେବା ପରେ ମଧ୍ୟ ଶ୍ରୀକାନ୍ତଙ୍କ ଅକାଳ ବିୟୋଗ ଘଟିଥିଲା । ଶ୍ରୀକାନ୍ତଙ୍କ ମୃତ୍ୟୁ ପରେ ସ୍ତ୍ରୀ ଜୟନ୍ତୀ ଏବଂ ଦୁଇଟି ପିଲା ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ଯାଇଥିଲେ । ଓଳିଏ ଖାଇଲେ ଓଳିଏ ଓପାସ ରହୁଥିଲା ଏହି ଦୁଃଖି ପରିବାର ।

ଏହା ମଧ୍ୟ ପଢନ୍ତୁ - ଅସହାୟ ଜୀବନ ଜିଉଁଛନ୍ତି ଭାଗ୍ୟସେନୀ, ସହାୟତାର ହାତ ବଢାଇଲା ସ୍ବେଚ୍ଛାସେବୀ ସଂଗଠନ

ଏହା ମଧ୍ୟ ପଢନ୍ତୁ- ଆହତ ଗାଈଗୋରୁଙ୍କ ସେବାରେ ସମର୍ପିତ 'ଆଦର୍ଶ ଯୁବ ପରିଷଦ ସ୍ବେଚ୍ଛାସେବୀ ସଂଗଠନ'

ପରିବାରର ଏମିତି ଅବସ୍ଥାକୁ ନେଇ ଜୟନ୍ତୀ ଭାଙ୍ଗି ପଡିଥିବା ବେଳେ ତାଙ୍କ ମନରେ ସାହସ ଏବଂ ଧର୍ଯ୍ୟ ଯୋଗାଇ ପୁଣିଥରେ ମୁଣ୍ଡ ସଳଖିବା ପାଇଁ ସହଯୋଗ କରିଥିଲା ସୋର ଅଞ୍ଚଳର ସ୍ବେଚ୍ଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ । ଜୟନ୍ତୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କର ରୋଜଗାର ବାଟ ଫିଟାଇଛି ସ୍ବେଚ୍ଛାସେବୀ ସଂଗଠନ । ତାଙ୍କ ପାଇଁ ଏକ ଦୋକାନଟିଏ ତିଆରି କରି ସେଥିରୁ ଗୁଜୁରାଣ ମେଣ୍ଟାଇବାର ରାସ୍ତା ଦେଖାଇଛି ଆଦର୍ଶ ଯୁବ ପରିଷଦ । ତେବେ ଏନେଇ ଜୟନ୍ତୀ ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ସେଥିରେ ସୁରୁଖୁରୁରେ ପରିବାର ଚଳାଉଛନ୍ତି । ଅସହାୟ ହୋଇ ପଡ଼ିଥିବା ଜୟନ୍ତୀ ଆଜି ସ୍ୱାବଲମ୍ବୀ ହେବାସହ ସାହସର ସହ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢି ଚାଲୁଛନ୍ତି । ତେବେ ସ୍ବେଚ୍ଛାସେବୀ ସନଗଠନର ଏମିତି ପ୍ରୟାସ ଆଗାମୀ ଦିନରେ ନିଶ୍ଚୟ ଅନ୍ୟମାନଙ୍କୁ ଏମିତି କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 2, 2023, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.