ବାଲେଶ୍ଵର: ସିଂଲା ଥାନା ପାଉଁଶକୁଲି ବଜାରରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଦୁଇ ଗୋଷ୍ଠୀ ମଧ୍ୟରେ ଠେଙ୍ଗା ବାଡ଼ିରେ ଆକ୍ରମଣ ଘଟଣା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
Political Violence: ନିର୍ବାଚନ ପରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଜୋରଦାର ମାରପିଟ ବସ୍ତା ବ୍ଲକରେ ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ସରିଥିବା ବେଳେ କୌଣସି କାରଣରୁ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ଯରେ ଗଣ୍ତଗୋଳ ହୋଇଥିଲା । ଉଭୟ ଗୋଷ୍ଠୀର ସମର୍ଥକ ମାନେ ଲାଠି ଧରି ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରୁଥିବାର ଦୃଶ୍ଯ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ