ETV Bharat / state

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ - Balasore latest news

ବାଲିଆପାଳ ଥାନା ଅଞ୍ଚଳରେ ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ମାଡ ମାରିଲେ ଗ୍ରାମବସୀ । ଅଧିକ ପଢନ୍ତୁ...

Villagers tied the woman to a pole on charges of child theft in balasore
ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ
author img

By

Published : Oct 26, 2021, 10:55 PM IST

ବାଲେଶ୍ବର: ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ବାଲିକୁଟୀ ଗ୍ରାମରେ ଜଣେ ମହିଳାଙ୍କୁ ପିଲା ଚୋରି କରୁଥିବା ଅଭିଯୋଗରେ ଖୁଣ୍ଟରେ ବାନ୍ଧି ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଦେଖିବାକୁ ମିଳିଛି।

ପିଲା ଚୋରି ଅଭିଯୋଗରେ ମହିଳାଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ସୂଚନା ଅନୁସାରେ, ଗ୍ରାମର ଜିତାଂଶୁ ଶେଖର ପାତ୍ରଙ୍କ 15 ମାସର ଶିଶୁ ପୁତ୍ର ଜିଜ୍ଞାନ ଘର ସାମ୍ନାରେ ଖେଳୁଥିବା ବେଳେ ଜଣେ ଅଜଣା ମହିଳା ପିଲାଟିକୁ ଜୋର ଜବରଦସ୍ତ ଉଠାଇ ନେଇ ଦୌଡ଼ି ପଳାଇଥିଲେ। ପରିବାର ଲୋକେ ପିଲା କୁ ନପାଇ ଖୋଜାଖୋଜି କରିବା ପରେ ଘର ଠାରୁ 1 କିଲୋମିଟର ଦୂର ରେ ମହିଳା ଜଣକ ପିଲା ଟିକୁ ନେଇ ଦୌଡି ପଳାଉଥିବା ଗାଁ ଲୋକ ଦେଖି ତାକୁ ଅଟକାଇଥିଲେ । ସେଠାରୁ ପିଲାକୁ ଉଦ୍ଧାର କରି ସମ୍ପୃକ୍ତ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ସ୍ଥାନୀୟଲୋକ ମାଡ଼ ମାରିଥିଲେ।

ଘଟଣା ସ୍ଥଳରେ କିଛି ସମୟ ପାଇଁ ବେଶ ଉତ୍ତେଜନା ଲାଗି ରହିଥିଲା । ବାଲିଆପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କୁ ଥାନାକୁ ନେଇଛି । ତେବେ ପିଲାଚୋରିକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତବରଣ ସୃଷ୍ଟି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.