ETV Bharat / state

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର - ପ୍ରସ୍ତାବିତ ମଦ ଦୋକାନକୁ ନେଇ ପଞ୍ଚାୟତବାସୀଙ୍କ ବିରୋଧ

ବାହାନଗା ପଞ୍ଚାୟତରେ ପ୍ରସ୍ତାବିତ ମଦ ଦୋକାନକୁ ନେଇ ପଞ୍ଚାୟତବାସୀଙ୍କ ବିରୋଧ । ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ପଞ୍ଚାୟତବାସୀ । ଅଧିକ ପଢନ୍ତୁ

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ
ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ
author img

By

Published : Oct 16, 2022, 9:38 AM IST

ବାଲେଶ୍ୱର: ଜିଲ୍ଲା ବାହାନଗା ପଞ୍ଚାୟତରେ ପ୍ରସ୍ତାବିତ ମଦ ଦୋକାନକୁ ନେଇ ପଞ୍ଚାୟତବାସୀ ତୀବ୍ର ବିରୋଧ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିବା ପରେ ପଞ୍ଚାୟତବାସୀ ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ
ସୂଚନା ଅନୁସାରେ, ବାହାନଗା ପଞ୍ଚାୟତର କମାରିପୁର ଠାରେ ମଦ ଦୋକାନ ଖୋଲିବା ନେଇ ପ୍ରସ୍ତାବ ରହିଛି । ସରକାରୀ ମଦ ଦୋକାନଟିକୁ ଚକ୍ରାନ୍ତ କରି ବାରିକପୁର ଠାରୁ ସ୍ଥାନାନ୍ତର କରି କମାରିପୁର ଗ୍ରାମରେ ଖୋଲାଯିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଉକ୍ତ ସ୍ଥାନଟି ବାହାନଗା-ତାଳପଦା ରାସ୍ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ହୋଇଥିବା ବେଳେ ସେଠାରେ କଲେଜ, ବାହାନଗା ନୋଡ଼ାଲ ବିଦ୍ୟାଳୟ, ବାଞ୍ଛାନିଧି ବାଳିକା ବିଦ୍ୟାଳୟ, ବାହାନଗା ରେଳଷ୍ଟେସନ, ବାହାନଗା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରଛାତ୍ରୀଙ୍କର ହଷ୍ଟେଲ ଗୁଡ଼ିକ ପ୍ରାୟ ୫୦୦ ମିଟରରୁ କମ୍ ଦୂରରେ ଅବସ୍ଥିତ । ଏଥିପାଇଁ ଗ୍ରାମରେ ସୌହାର୍ଦ୍ଦ୍ୟପୂୂର୍ଣ୍ଣ ପରିବେଶ ପାଇଁ ଉକ୍ତ ସ୍ଥାନରେ ପ୍ରସ୍ତାବିତ ମଦ ଦୋକାନ ନ ଖୋଲିବା ପାଇଁ ଦାବି ହୋଇଛି । ଯଦି ମଦ ଦୋକାନ ଖୋଲାଯାଏ ତାହାହେଲେ ତୀବ୍ର ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଗଞ୍ଜାପାରାରେ ମଦ ଦୋକାନ ନିଷ୍ପତ୍ତିକୁ ବିରୋଧ, ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଏନେଇ ଜଣେ ଅଞ୍ଚଳବାସୀ କହିଛନ୍ତି ଯେ," ବାହାନଗା ପଞ୍ଚାୟତରେ ପ୍ରସ୍ତାବିତ ମଦ ଦୋକାନକୁ ଆମେ ତୀବ୍ର ବିରୋଧ କରି ଆଜି ଏକାଠି ହୋଇଛୁ । ଏନେଇ ଜିଲ୍ଲାପାଳଙ୍କୁ ଆମେ ଏକ ଦରଖାସ୍ତ ଦେଇଥିଲୁ । କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା । ଆଜି ଆମେ ପୁର୍ନବାର ଜିଲ୍ଲାପାଳଙ୍କୁ ଗୁହାରି କରିବା ପାଇଁ ଆସିଛୁ । ଆମ ପଞ୍ଚାୟତରେ ଆମେ କୌଣସି ମଦ ଦୋକାନ ଖୋଲିବୁ ନାହିଁ ବୋଲି ନିଷ୍ପତ୍ତି ନେଇଛୁ । ଯଦି ମଦ ଦୋକାନ ଖୋଲାଯାଏ ତାହାହେଲେ ଆମେ ଆନ୍ଦୋଳନକୁ ତୀବ୍ର କରିବୁ ।"

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ମାସରେ ନବରଙ୍ଗପୁରର ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ମୌଜାରେ ଏକ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ସରକାରଙ୍କ ତରଫରୁ ଏକ ପ୍ରସ୍ତାବ ଆସିଥିଲା l ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରିଥିଲେ । ଏନେଇ ଗଞ୍ଜାପାରା ଅଞ୍ଚଳର ଶତାଧିକ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ରାଇଘର ଠାରୁ ଗଞ୍ଜାପାରା ଯିବା ରାସ୍ତାରେ ଏହି ଦୋକାନ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଥିବା ବେଳେ ପ୍ରଶାସନକୁ ବିରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା l ଉକ୍ତ ଅଞ୍ଚଳରେ ସ୍କୁଲ କଲେଜ ସହ ଏକ ଆଇଟିଆଇ ଭଳି ଶିକ୍ଷାନୁଷ୍ଠାନ ରହିଥିବାରୁ ମଦ ଦୋକାନ ହେଲେ ଛାତ୍ର ଛାତ୍ରୀଙ୍କ ଉପରେ ଖରାପ ପ୍ରଭାବ ପଡିବା ସହ ଯୁବଗୋଷ୍ଠୀଙ୍କ ଭବିଷ୍ୟତ ନଷ୍ଟ ହୋଇଯିବା ସହ ସ୍ଥାନୀୟ ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ବୋଲି ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.