ବାଲେଶ୍ବର: ଔପଦା ଜୁନିୟର କଲେଜରେ ଭିଜିଲାନ୍ସ ଚଢ଼ାଉ । ବିନା ରିଜୋଲେସନ ଓ ବିନା ରେକର୍ଡରେ କଲେଜ ଅଧ୍ୟକ୍ଷ ଜମା ବହିରୁ ଲକ୍ଷାଧିକ ଟଙ୍କା ଉଠେଇନେଇଥିବା ଅଭିଯୋଗ । ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଗତ 10 ତାରିଖରେ କଲେଜ ଅର୍ଥ ହଡ଼ପ ନେଇ ବିଭିନ୍ନ ବିଭାଗକୁ ଜଣାଇବା ସହ ଭିଜିଲାନ୍ସକୁ ଲିଖିତ ଭାବେ ଜଣାଇଥିଲେ ।
ଅଭିଯୋଗ ମୂଳେ ବାଲେଶ୍ଵର ଭିଜିଲାନ୍ସ ଟିମ କଲେଜରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ