ETV Bharat / state

ଅମର ପ୍ରେମର ମୁକସାକ୍ଷୀ ‘ଗୋରା କବରସ୍ଥଳ’; ବାଲେଶ୍ବର ଆକାଶରେ ଇଂରେଜ ପ୍ରେମ ପକ୍ଷୀ - love story of gora kabar

ପ୍ରେମକୁ ନେଇ କେବେ କବି ଆନମନା ହୁଅନ୍ତି ତ ପୁଣି ପ୍ରେମ କେବେ ଅନେକଙ୍କୁ ଆନମନା କରାଏ । ପ୍ରେମ କେବେ ପତି ପତ୍ନୀଙ୍କର ତ ପୁଣି କେବେ ବାପା ମା’ଙ୍କ ପ୍ରତି ପିଲାମାନଙ୍କର । ହେଲେ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ପ୍ରେମ କାହାଣୀ ଦେଖାଇବାକୁ ଯାଉଛୁ । ଯିଏ ବାଲେଶ୍ଵର ମାଟିରେ ପ୍ରେମର ପ୍ରତୀକ ହୋଇ ପ୍ରେମର ପରିଭାଷା ବଖାଣୁଛି । ଆମେ କହୁଛୁ ବାଲେଶ୍ଵରର ପ୍ରଥମ ଜିଲ୍ଲାପାଳ ହେନେରୀ ରିକେଟ ଓ ତାଙ୍କ ପତ୍ନୀଙ୍କ ପ୍ରେମ କଥା...

ଅମର ପ୍ରେମର ମୁକାସାକ୍ଷୀ ଗୋରା କବରସ୍ଥଳ, ବାଲେଶ୍ବର ଆକାଶରେ ଇଂରେଜଙ୍କ ପ୍ରେମ ପକ୍ଷୀ

author img

By

Published : Feb 14, 2021, 7:03 AM IST

ବାଲେଶ୍ବର: ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ୱତ । ପ୍ରେମକୁ ନେଇ କେବେ କବି ଆନମନା ହୁଅନ୍ତି ତ ପୁଣି ପ୍ରେମ କେବେ ଅନେକଙ୍କୁ ଆନମନା କରାଏ । ପ୍ରେମ କେବେ ପତି ପତ୍ନୀଙ୍କର ତ ପୁଣି କେବେ ବାପା ମା’ ପିଲାମାନଙ୍କର । ସପ୍ତାହେ ହେଲାଣି ଚାଲିଛି ପ୍ରେମ ସପ୍ତାହ । ସପ୍ତାହର ଶେଷ ଦିନଟି ପ୍ରେମ ଦିବସ ଭାବେ ପାଳନ କରାଯାଉଛି । ଏହାରି ଭିତରେ ପ୍ରେମିକ ପ୍ରେମିକା ମଧ୍ୟ ଦିବସ ଗୁଡିକୁ ବେଶ ଭଲ ଭାବରେ ପାଳନ କରିଛନ୍ତି । ହେଲେ ଆମେ ଏମିତି ଜଣେ ବ୍ୟକ୍ତିଙ୍କ ପ୍ରେମ କାହାଣୀ ଦେଖାଇବାକୁ ଯାଉଛୁ। ଯିଏ ବାଲେଶ୍ଵର ମାଟିରେ ପ୍ରେମର ପ୍ରତୀକ ହୋଇ ପ୍ରେମର ପରିଭାଷା ବଖାଣୁଛି। ଆମେ କହୁଛୁ ବାଲେଶ୍ଵରର ପ୍ରଥମ ଜିଲ୍ଲାପାଳ ହେନେରୀ ରିକେଟ ଓ ତାଙ୍କ ପତ୍ନୀ ଜେନିଙ୍କ ପ୍ରେମ କଥା ।

ଅମର ପ୍ରେମର ମୁକାସାକ୍ଷୀ ଗୋରା କବରସ୍ଥଳ, ବାଲେଶ୍ବର ଆକାଶରେ ଇଂରେଜଙ୍କ ପ୍ରେମ ପକ୍ଷୀ
ସହରର ଦାମୋଦରପୁର ଠାରେ ରହିଛି ଗୋରା କବରସ୍ଥଳୀ । ଯେଉଁଠି ରହିଛି ବାଲେଶ୍ୱରର ପ୍ରଥମ ଜିଲ୍ଲାପାଳ ହେନେରୀ ରିକେଟ ଏବଂ ତାଙ୍କ ସହଧର୍ମୀଣୀଙ୍କ ସମାଧି । ଏହା ସମେତ କ୍ୟାପଟେନ ଫ୍ରାନ୍ସିସ୍, ଡବ୍ଲ୍ୟୁ ଡିକେନସ, ମାର୍ଥା ବ୍ରାଉନ, ଆଲଫ୍ରେଡ୍ ବ୍ରଣ୍ଡ, ଫ୍ରାନସିସ୍ ୱାଲଟର, ସିଇ ଫିଲର, ସୋବେଲା କେଲସିଙ୍କ ଭଳି ୨୦ଜଣ ଇଂରାଜୀ ସାହେବ ସାହେବାଣୀଙ୍କ ସମାଧି । ବ୍ରଟିଶ ଶାସନ ସମୟରେ ଏମାନେ ସମସ୍ତେ ସ୍ୱାସ୍ଥ୍ୟ ଶିକ୍ଷା ସମେତ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ପ୍ରଶାସନିକ ପଦ ପଦବୀରେ ଥିଲେ । ତେବେ ସେମାନଙ୍କ ମଧ୍ୟରୁ ରିକେଟ ସାହେବ ଏବଂ ତାଙ୍କ ପତ୍ନୀ ଜେନିଙ୍କ କାହାଣୀ ଥିଲା ସମ୍ପୂର୍ଣ୍ଣ ନିଆରା । ରିକେଟଙ୍କ ପତ୍ନୀ ଜେନି ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞା ଥିଲେ । ୧୮୩୨ ମସିହାରେ ମ୍ୟାଲେରିଆରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କୁ ଗୋରା କବରରେ ହିଁ ସମାଧି ଦିଆଯାଇଥିଲା। ହେଲେ ରିକେଟ ସାହାବ ଆଉ ବିବାହ କରି ନଥିଲେ। ଚାକିରିରୁ ଅବସର ନେବା ପରେ ରିକେଟ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ୧୮୮୬ ମସିହାରେ ଲଣ୍ଡନରେ ରିକେଟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଏକ ଇଚ୍ଛାପତ୍ର ମାଧ୍ୟମରେ ସ୍ତ୍ରୀଙ୍କ କବର ପାଖରେ ତାଙ୍କ କବର ହେବ ବୋଲି ଲେଖିଯାଇଥିଲେ । ତାହା ହିଁ ହେଲା, ରିକେଟ ସାହେବଙ୍କ ଅନ୍ତିମ ଇଚ୍ଛା ଅନୁଯାୟୀ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଲଣ୍ଡନରୁ ଜାହାଜରେ କୋଲକାତା ବାଟେ ଏଠାକୁ ଆଣାଯାଇ ପତ୍ନୀ ଜେନିଙ୍କ ସମାଧି ସ୍ଥଳ ନିକଟରେ ସମାଧି ଦିଆଯାଇଥିଲା ।

ଇତିହାସ ପୃଷ୍ଠାରେ ରିକେଟ ସାହେବ ଏବଂ ପତ୍ନୀ ଜେନି ସାହେବାଙ୍କ ପ୍ରେମ କାହାଣୀ ସ୍ଥାନ ପାଇଥିବାରୁ ଅଧିକାଂଶ ସମୟରେ ଦେଶ କିମ୍ବା ଦେଶ ବାହାରୁ ପର୍ଯ୍ୟଟକ ଅଥବା ଗବେଷକ ଏଠାକୁ ଆସିଥାନ୍ତି । ପତ୍ନୀଙ୍କ ପ୍ରତି ଥିବା ଅଗାଧ ପ୍ରେମ ବୟାନ କରୁଛି ସେମାନଙ୍କ ପ୍ରେମ କାହାଣୀ । ଆଜି ବାଲେଶ୍ଵରର ଅନେକ କବି ଓ ଲେଖକ ମଧ୍ୟ ଏମିତି ପ୍ରେମ କାହାଣୀ ଉପରୁ ନଜର ହଟାଇ ପାରି ନାହାନ୍ତି ।

ରିକେଟ ଓ ଜେନିଙ୍କ ମଧ୍ୟରେ ଥିବା ପ୍ରେମ ଆଜିର ଦିନରେ ଆଉ ଦେଖିବାକୁ ମିଳୁନି ବୋଲି ଲେଖକମାନେ କହିଛନ୍ତି । ପ୍ରକୃତ ପ୍ରେମ ଓ ତାର ପରିଭାଷା ହଜି ଗଲା ପରି ମନେ ହେଉଛି । ପ୍ରେମର ପ୍ରତୀକ ସାଜିଥିବା ଗୋରା କବର ଆଜି ଅବହେଳିତ ଅବସ୍ଥାରେ ରହିଛି। ଘଞ୍ଚ ଜଙ୍ଗଲ ପରି ପରିବେଶ ସୃଷ୍ଟି ହୋଇଛି। ପ୍ରେମର ସନ୍ତକକୁ ଉଜ୍ଜୀବିତ କରୁଥିବା ଏହି ସ୍ଥାନ ଅନେକ ମହତ୍ତ୍ୱ ରଖୁଥିବା ବେଳେ ଏଥିପ୍ରତି ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.