ETV Bharat / state

ରାସ୍ତାମଝିରେ ମାଡମାରି ଟ୍ରକ ଲୁଟିନେଲେ ଦୁର୍ବୃତ୍ତ - ଜଳେଶ୍ୱରରେ ଟ୍ରକ ଲୁଟ୍

ବାଲେଶ୍ୱର ଜିଲ୍ଲା ଜାତୀୟ ରାଜପଥ 60 ନିକଟରେ ଟ୍ରକ ଡ୍ରାଇଭର ଏବଂ ହେଲ୍ପରଙ୍କୁ ଆକ୍ରମଣ କରି ଟ୍ରକ ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ରାସ୍ତାମଝିରେ ମାଡମାରି ଟ୍ରକ ଲୁଟିନେଲେ ଦୁର୍ବୃତ୍ତ

author img

By

Published : Mar 3, 2021, 4:37 PM IST

Updated : Mar 3, 2021, 4:43 PM IST

ବାଲେଶ୍ଵର: ଜିଲ୍ଲା ସ୍ଥିତ ୬୦ନଂ ଜାତୀୟ ରାଜପଥରୁ ଟ୍ରକ ଡ୍ରାଇଭର ଓ ହେଲ୍ପରଙ୍କୁ ଅଟକାଇ ମାଡ଼ମାରିବା ସହ ଟ୍ରକ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଟ୍ରକ ଡ୍ରାଇଭର ଏବଂ ହେଲ୍ପରଙ୍କୁ ମୁର୍ମୁଷୁ ଅବସ୍ଥାରେ ଜାତୀୟ ରାଜପଥ NH-60 ପାର୍ଶ୍ୱରୁ ଉଦ୍ଧାର କରି ବାଲେଶ୍ଵର ମେଡିକାଲରେ ଭର୍ତ୍ତି କରାଯାଇଛି ।

ରାସ୍ତାମଝିରେ ମାଡମାରି ଟ୍ରକ ଲୁଟିନେଲେ ଦୁର୍ବୃତ୍ତ
ସୂଚନା ଅନୁଯାୟୀ ଜଳେଶ୍ୱର ଥାନା ଅନ୍ତର୍ଗତ NH-60 ଏକତାଳି ନିକଟରେ ଦୁଇ ଜଣ ବ୍ୟକ୍ତି ପଡି ରହିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତି ଦ୍ୱୟ ଝାଡଖଣ୍ଡର ଅସଲାମ ଅନଂସାରି ଓ ଇସଗାନ ଅନଂସାରି । ଓଡିଶାରୁ ପଶ୍ଚିମବଙ୍ଗ ଯିବା ସମୟରେ ଟ୍ରକକୁ ହାଇଯାକ କରାଯାଇଥିବା ଜଣାପଡିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 3, 2021, 4:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.