ETV Bharat / state

ନ୍ୟାୟ ପାଇଁ ରାଜପଥରେ ମୃତଦେହ, 4 ଘଣ୍ଟା ଗାଡି ଚଳାଚଳ ଠପ - ରାଜପଥ

ସଙ୍ଗବଦ୍ଧ ଆକ୍ରମଣରେ ସମ୍ପର୍କୀୟ ଭାଇ ନେଲା ଜୀବନ । ଆକ୍ରମଣକୁ 10 ଦିନ ବିତିଥିଲେ ବି ଅଭିଯୁକ୍ତକୁ ପୋଲିସ ଗିରଫ କରିନଥିବା ଅଭିଯୋଗ । ଏହାର ପ୍ରତିବାଦରେ ନ୍ୟାୟ ପାଇଁ ରାଜପଥରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 26, 2019, 10:18 PM IST

ବାଲେଶ୍ବର: ସମ୍ପର୍କୀୟ ସାନ ଭାଇର ସଂଘବଦ୍ଧ ଆକ୍ରମଣରେ ବଡ ଭାଇର ମୃତ୍ୟୁ ଘଟିଥିବା ଅଭିଯୋଗ । ଘଟଣାକୁ ନେଇ ମୃତକଙ୍କ ପରିବାର ୧୬ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ସିମୁଳିଆ ଥାନା ଆଗରେ ନ୍ୟାୟପାଇଁ ଦାବି କରିଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗତ 16 ତାରିଖରେ ସିମୁଳିଆ ଥାନା କାଞ୍ଚପଡ଼ା ଗ୍ରାମର କାଳନ୍ଦୀ ନାୟକଙ୍କ ପୁଅ ଶରତ ନାୟକଙ୍କୁ ତାଙ୍କ ସମ୍ପର୍କୀୟ ସାନଭାଇ କିଛି ସହଯୋଗୀଙ୍କ ସହ ମରଣାତ୍ମକ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଶରତଙ୍କୁ କଟକ ମେଡିକାଲରେ ଭର୍ତି କରାଯିବା ସହ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ପିତା କାଳନ୍ଦୀ । କିନ୍ତୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଶରତଙ୍କ ପରିବାର ଲୋକଙ୍କୁ ଓଲଟା ଅଟକ ରଖିଥିବା ଅଭିଯୋଗ ମଧ୍ୟ କରିଛନ୍ତି ପରିବାର ।

ବୁଧବାର ଚିକିତ୍ସିତ ଅବସ୍ଥାରେ ଶରତଙ୍କ ମୃତ୍ୟୁ ହେବାପରେ ପରିବାର ଲୋକେ 16ନଂ ଜାତୀୟ ରାଜପଥରେ ମୃତଦେହ ରଖିବା ସହ ଦୀର୍ଘ 4 ଘଣ୍ଟା ଧରି ନ୍ୟାୟପାଇଁ ଧାରଣାରେ ବସିରହିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଥିଲା । ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ଅଭିଯୁକ୍ତକୁ ଯଥା ଶୀଘ୍ର ଗିରଫ କରିବା ଏବଂ 302 ଦଫା ଲାଗିବାର ପ୍ରତିଶ୍ରୁତି ଦେବା ପରେ ମୃତକଙ୍କ ପରିବାର ଲୋକ ରାଜପଥରୁ ଧାରଣା ପ୍ରତ୍ୟାହୃତ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ସମ୍ପର୍କୀୟ ସାନ ଭାଇର ସଂଘବଦ୍ଧ ଆକ୍ରମଣରେ ବଡ ଭାଇର ମୁତ୍ଯୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମୃତକଙ୍କ ପରିବାର ଲୋକେ ୧୬ ନଂ ଜାତୀୟ ରାଜପଥ ଅବରୋଧ କରିବା ସହ ନ୍ୟାୟ ଦାବି କରିଛନ୍ତି। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଆଗରେ।
Body:
ସିମୁଳିଆ ଥାନା କାଞ୍ଚପଡ଼ା ଗ୍ରାମର କାଳନ୍ଦୀ ନାୟକଙ୍କ ପୁଅ ଶରତ ନାୟକଙ୍କୁ ତାଙ୍କ ସମ୍ପର୍କୀୟ ସାନଭାଇ କିଛି ସହଯୋଗୀଙ୍କୁ ନେଇ ଗତ 16 ତାରିଖ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଶରତଙ୍କୁ କଟକ ମେଡିକାଲରେ ଭର୍ତି କରାଯିବା ସହ ସିମୁଳିଆ ଥାନାରେ କାଳନ୍ଦୀ ଅଭିଯୋଗ କରିଥିଲେ। ଚିକିତ୍ସିତ ଅବସ୍ଥାରେ ଶରତଙ୍କ ମୃତ୍ୟୁ ହେବାପରେ ପରିବାର ଲୋକେ 16ନଂ ଜାତୀୟ ରାଜପଥରେ ଶବ ରଖି ନ୍ୟାୟ ଦାବି କରିଥିଲେ। ଏବେ ଯାଏ ରାଜପଥ ଅବରୋଧ ଯୋଗୁଁ ଶହଶହ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।

Conclusion:16 ତାରିଖରୁ ଥାନାରେ ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଓଲଟି ଶରତଙ୍କ ପରିବାରକୁ ଅଟକ ରଖିଥିଲା ଏହାକୁ ନେଇ ରାଜପଥରେ ପୋଲିସ ଓ ପରିବାର ଲୋକଙ୍କ ମଧ୍ୟରେ ବେଶ କିଛି ସମୟ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.