ETV Bharat / state

୩ଟି ମାଛଧରା ଟ୍ରଲରରେ ଲାଗିଲା ନିଆଁ, କାରଣ ଅସ୍ପଷ୍ଟ

ବୁଢ଼ାବଳଙ୍ଗ ନଦୀ ପରମିଟ ଘାଟରେ ଛିଡ଼ା ହୋଇଥିବା ୩ଟି ମାଛଧରା ଟ୍ରଲରରେ ଲାଗିଲା ନିଆଁ  । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ପାଖାପାଖି ୧୦୦ ଟ୍ରଲର ବୁଢ଼ାବଳଙ୍ଗ ନଦୀର ପରମିଟ ଘାଟରେ ଛିଡ଼ା ହୋଇଥିଲା ।

author img

By

Published : Apr 19, 2019, 2:23 AM IST

ଫଟୋ ସୌଜନ୍ୟ:ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ବୁଢ଼ାବଳଙ୍ଗ ନଦୀ ପରମିଟ ଘାଟରେ ଛିଡ଼ା ହୋଇଥିବା ୩ଟି ମାଛଧରା ଟ୍ରଲରରେ ଲାଗିଲା ନିଆଁ । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡି ନଥିବାବେଳେ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା,ବାଲେଶ୍ବର
ସୂଚନାମୁତାବକ, ପରମିଟ ଘାଟରେ ଟ୍ରଲର ଗୁଡ଼ିକରେ ମରାମତି କାର୍ଯ୍ୟ କରାଯାଇଥାଏ । ଗୁରୁବାର ସନ୍ଧ୍ୟାରେ ପାଖାପାଖି ୧୦୦ ଟ୍ରଲର ବୁଢ଼ାବଳଙ୍ଗ ନଦୀର ପରମିଟ ଘାଟରେ ଛିଡ଼ା ହୋଇଥିଲା ।

ସେତେବେଳେ ହଠାତ ନଦୀ ଭିତରେ ଛିଡ଼ା ହୋଇଥିବା ଟ୍ରଲର ଭିତରୁ ଜୋର ଶବ୍ଦ ଶୁଣାଯାଇଥିଲା । ସ୍ଥାନୀୟଲୋକେ ଯାଇ ଦେଖିଲା ବେଳକୁ ଏକ ଟ୍ରଲର ହୁତୁହୁତୁ ହୋଇ ଜଳିଯାଉଛି । ସଙ୍ଗେ ସଙ୍ଗେ ନିଆଁ ଅନ୍ୟ ଟ୍ରଲର ଗୁଡ଼ିକୁ ବ୍ୟାପି ଯିବାରୁ ୩ଟି ଟ୍ରଲର ପୋଡ଼ି ଯାଇଥିଲା । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.