ବାଲେଶ୍ବର: ଟଙ୍କା ରୋରି କରି ଫେରାର ହେଉଥିବାବେଳେ ଗୋଟିଏ ଚୋର ଧରପଡ଼ିଛି । ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ।
ବସ୍ତା ଥାନା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଜଣେ ଶିକ୍ଷକ ଟଙ୍କା ଉଠାଣ କରି ବ୍ୟାଙ୍କ ସାମ୍ନାରେ ଛିଡା ହୋଇଥିଲେ । ଏହି ସମୟରେ ଗୋଟିଏ ବାଇକରେ 3 ଜଣ ଯୁବକ ସେଠାକୁ ଆସି ଶିକ୍ଷକଙ୍କ ଠାରୁ ଟଙ୍କା ନେଇ ପଲାଇଥିଲେ। ମାତ୍ର ପଛରେ ବସିଥିବା ଯୁବକ ଗାଡିରୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଯୁବକଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମାରେ ଦେଇଥିବା ଜଣାପଡିଛି।
ଧରାପଡିଥିବା ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ପୋଲିସ ଡାକ୍ତରୀ ପରୀକ୍ଷା କରାଇବା ପରେ ଥାନାକୁ ନେଇ ଅଧିକ ପଚରାଉଚୁରା ଜାରି ରଖିଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ