ETV Bharat / state

ଗୋଟିଏ ଗାଁର ୬ଟି ଘରୁ ସିରିଜ ଚୋରି ଅଭିଯୋଗ - ବାଲେଶ୍ଵର ସିରିଜ ଚୋରି

ବାଲେଶ୍ଵର ଜିଲ୍ଲା ଖଇରା ଥାନା ରୁଢ଼ିଙ୍ଗିଆ ଗ୍ରାମର ଗତକାଲି ବିଳମ୍ବିତ ରାତିରେ ସିରିଜ ଚୋରି ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଗାଁର 6ଟି ଘରୁ ସିରିଜ ଚୋରି ଅଭିଯୋଗ
ଗାଁର 6ଟି ଘରୁ ସିରିଜ ଚୋରି ଅଭିଯୋଗ
author img

By

Published : Oct 28, 2022, 7:24 PM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ରୁଢିଙ୍ଗିଆ ଗ୍ରାମରେ ସିରିଜ ଚୋରି ଅଭିଯୋଗ । ଗ୍ରାମର ଏକା ସହିତ ୬ଟି ଘରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାୟ ୧୫ରୁ ଅଧିକ ଚୋର ଘରର ଦୁଆର ତାଡି ଚୋରି କରିଥିବା ନେଇ ସୂଚନା ମିଳିଛି । ସୂଚନା ଅନୁଯାୟୀ,ବିଳମ୍ବତ ରାତିରେ ରାଜୁ ନାୟକ, ବାସନ୍ତି ବରାଳ, କୈଳାସ ବରାଳ, ପ୍ରଫୁଲ୍ଲ ଘଡେଇ, ଶିବ ଘଡେଇ ଓ ମହିନ୍ଦ୍ରା ବରାଳଙ୍କ ଘରେ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଗାଁର 6ଟି ଘରୁ ସିରିଜ ଚୋରି ଅଭିଯୋଗ

ତେବେ ଗୋଟିଏ ରାତିରେ ଏକା ସମୟରେ ଏଭଳି ଚୋରି ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଏନେଇ ଖବର ପାଇ କଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଯୋଗ୍ୟ ଯେ, ନିକଟରେ ଭୁବନେଶ୍ବରର କୁଖ୍ୟାତ ଚୋର ସଞ୍ଜୟ ନିଶାଙ୍କକୁ ଧରିଛି କମିଶନରେଟ ପୋଲିସ । ଚୋରି ନିଶା ବଦଳାଇ ଦେଇଥିଲା ପେଶା । ବିବିଏ ଛାତ୍ରରୁ ବନିଯାଇଥିଲେ କୁଖ୍ୟାତ ଚୋର । ବନ୍ଦ ପଡିଥିବା ଘରର ତାଲା ଭାଙ୍ଗି ଲୁଟୁଥିଲେ ସୁନା, ରୂପା ଅଳଙ୍କାର ସହ ଇଲେକ୍ଟ୍ରୋନିକ ଗ୍ୟାଜେଟ ଓ ମୋବାଇଲ ।

ଏଥିସହ ଲୋକଙ୍କ ଘରୁ କିଛି ମହିଳାଙ୍କର ଅନ୍ତବସ୍ତ୍ର ମଧ୍ୟ ଚୋରି କରୁଥିଲେ । ଚୋରି କରି ଧରାପଡିବା ପରେ କମିଶନରେଟ ପୋଲିସ ପଞ୍ଝାରେ ଏବେ କୁଖ୍ୟାତ ଚୋର ସଞ୍ଜୟ ନିଶାଙ୍କ । ଭୁବନେଶ୍ବରରୁ ଏହି ଯୁବକଙ୍କୁ ଗିରଫ କରିଛି ପୋଲିସ । ବିଭିନ୍ନ ସ୍ଥାନରେ ଚୋରି ଅଭିଯୋଗ ଆସିବା ପରେ ଯୋଜନା କରି କାବୁ କରିଥିଲା ପୋଲିସ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.