ETV Bharat / state

ବାଂଲାଦେଶରେ ହିନ୍ଦୁଙ୍କୁ ଅତ୍ୟାଚାର, ବାଲେଶ୍ବରରେ ବିରୋଧ - Iskcon and Vishwa Hindu Parishad

ବାଂଲାଦେଶରେ ହିନ୍ଦୁ ତଥା ଇସ୍କନ ଉପରେ ଅତ୍ୟାଚାରକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଛି । ବାଲେଶ୍ଵରରେ ମଧ୍ୟ ଇସ୍କନ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହାକୁ ନେଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ହିନ୍ଦୁଙ୍କ ପ୍ରତି ଅତ୍ୟାଚାରକୁ ଇସ୍କନ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିରୋଧ

author img

By

Published : Oct 23, 2021, 2:42 PM IST

ବାଲେଶ୍ବର: ବାଂଲାଦେଶରେ ହିନ୍ଦୁ ତଥା ଇସ୍କନ ଉପରେ ଅତ୍ୟାଚାରକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଅସନ୍ତୋଷର ବହ୍ନି ଦେଖିବାକୁ ମିଳିଛି। ବାଲେଶ୍ଵରରେ ମଧ୍ୟ ଇସ୍କନ ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଏହାକୁ ନେଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରାଯାଇଛି।

ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ବାସ କରୁଥିବା ଅଳ୍ପସଂଖ୍ୟକ ହିନ୍ଦୁ-ଶିଖଙ୍କ ବିରୁଦ୍ଧରେ ଜଘନ୍ୟ ଅତ୍ୟାଚାର ଚାଲି ଆସୁଛି। ଗତ ଏକ ସପ୍ତାହ ମଧ୍ୟରେ ବାଂଲାଦେଶରେ ଏମିତି ଅତ୍ୟାଚାର ସୀମା ଅତିକ୍ରମ କରିଛି। ମନ୍ଦିରରେ ବଳ ପୂର୍ବକ ପ୍ରବେଶ କରି ଭଗବାନଙ୍କ ମୂର୍ତ୍ତି ଭାଙ୍ଗିବା, ନାବାଳିକାଙ୍କୁ ଦୁଷ୍କର୍ମ, ହତ୍ୟା, ଲୁଟ, ଅଗ୍ନିକାଣ୍ଡ ଭଳି ଜଘନ୍ୟ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି।

ସେହିପରି ଚଳିତ ବର୍ଷ ହିନ୍ଦୁ ମାନଙ୍କର ୧୫୦ରୁ ଅଧିକ ଦୁର୍ଗାପୂଜା ମଣ୍ଡପକୁ ଅପବିତ୍ର କରାଯାଇ ନଷ୍ଟ କରିଦିଆଯାଇଛି। ଏଥିପାଇଁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଆକ୍ରମଣକୁ ବନ୍ଦ କରିବା ପାଇଁ ବାଂଲାଦେଶ ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବିଶ୍ବ ହିନ୍ଦୁ ପରିଷଦ ଦାବି କରିଛି। ଏନେଇ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.