ETV Bharat / state

ନିଖୋଜ ନାବଳିକାର ମୃତଦେହ ଉଦ୍ଧାର, ଜଣେ ଅଟକ

ରାଜ୍ୟରେ ଚିନ୍ତା ବଢାଉଛି ନାବାଳିକା ନିଖୋଜ ଘଟଣା । ବାଲେଶ୍ବରରେ ନିଖୋଜ ଥିବା ନାବାଳିକାର ମୃତଦେହ ଉଦ୍ଧାର କରିବା ସହ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ନିଖୋଜ ନାବଳିକାର ମୃତଦେହ ଉଦ୍ଧାର
ନିଖୋଜ ନାବଳିକାର ମୃତଦେହ ଉଦ୍ଧାର
author img

By

Published : Dec 14, 2020, 11:29 AM IST

ବାଲେଶ୍ବର: କିଛି ଦିନ ହେବ ରାଜ୍ୟରେ ଅନେକ ଶିଶୁ ନିଖୋଜ ଘଟଣା ସାମ୍ନାକୁ ଆସିଛି । ନୟାଗଡର ପରୀ ଓ ସ୍ବାତୀ ନିଖୋଜ ଘଟଣାର ନିଆଁ ଲିଭି ନଥିବା ବେଳେ ବାଲେଶ୍ବରରୁ ନାବାଳିକା ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜିଲ୍ଲାର ବାଲିଆପାଳ ଥାନା ଅଧୀନ ସୁନ୍ଦରକୋଇଲି ଗ୍ରାମର ନିଖୋଜ ନାବାଳିକାର ମୃତଦେହ ସୋମବାର ଉଦ୍ଧାର ହୋଇଛି । ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖିଛି ।

ନିଖୋଜ ନାବଳିକାର ମୃତଦେହ ଉଦ୍ଧାର

ସୂଚନାନୁସାରେ, ବଳରାମ ପାତ୍ରଙ୍କ ସାତ ବର୍ଷର ଝିଅ ବିଷ୍ଣୁପ୍ରିୟା ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ । ଗତ ଶୁକ୍ରବାର ସେ ସାଙ୍ଗମାନଙ୍କ ସହିତ ଖେଳୁଥିବା ସମୟରେ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ । ଆଖପାଖ ଗାଁରେ ଘର ଲୋକ ଅନେକ ଖୋଜା ଖୋଜି କରିଥିଲେ ହେଁ କୌଣସି ଖବର ପାଇ ନଥିଲେ । ଘଟଣା ନେଇ ରବିବାର ପରିବାର ଲୋକ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ନାବାଳିକାକୁ ଖୋଜା ଖୋଜି ଆରମ୍ଭ କରିଥିଲା । ସୋମବାର ସକାଳେ ପୋଖରୀ ହୁଡ଼ାରୁ ବିଷ୍ଣୁପ୍ରିୟାଙ୍କ ମୃତଦେହ ଜବତ କରିଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିବା ସହିତ ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.