ETV Bharat / state

ଜଉ କଣ୍ଢେଇ ବାହାଘରକୁ ବାପା ସଂଗଠନର ବିରୋଧ

author img

By

Published : May 25, 2022, 10:14 AM IST

ଜଉ କଣ୍ଢେଇ ବାହାଘର ଉତ୍ସବକୁ 'ବାପା' ସଂଗଠନର ବିରୋଧ । କାର୍ଯ୍ୟକ୍ରମର ଆୟୋଜକ ଓ ସ୍ଥାନୀୟ ପ୍ରଶାସନ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲା ସଂଗଠନ । ଅଧିକ ପଢ଼ନ୍ତୁ

ଜଉ କଣ୍ଢେଇ ବାହାଘରକୁ 'ବାପା' ସଂଗଠନର ବିରୋଧ
ଜଉ କଣ୍ଢେଇ ବାହାଘରକୁ 'ବାପା' ସଂଗଠନର ବିରୋଧ

ବାଲେଶ୍ଵର: ଜଉ କଣ୍ଢେଇ ବାହାଘରକୁ 'ବାପା' ସଂଗଠନର ବିରୋଧ । ବାଲେଶ୍ବର ସହର ଆଇଟିଆଇ ପଡ଼ିଆରେ ଆସନ୍ତା ୨୫ ତାରିଖ ବିବାହ ଉତ୍ସବ ଆୟୋଜନ କରୁଥିବା ବେଳେ ସେଥିରେ ବାଲେଶ୍ବର ହସ୍ତତନ୍ତ୍ର ବିଭାଗକୁ ଷ୍ଟଲ ଦେବା ପାଇଁ ସହାୟତା ‌ମାଗିଥିବା ଜଣାପଡିଛି ।

ବାଲେଶ୍ବର ଏକ ସଂସ୍କୃତି ସମ୍ପନ୍ନ ଜିଲ୍ଲା । ତେବେ କିଛି ବ୍ୟକ୍ତି ଜଉ କଣ୍ଢେଇ ବିବାହ ବାଲେଶ୍ବରର ପୁରାତନ ସଂସ୍କୃତି ଓ ଲୋକକଳା ବୋଲି ଦାବି କରି ଆଇଟିଆଇ ପଡ଼ିଆଠାରେ ଆସନ୍ତା ୨୫ ତାରିଖରେ ଆୟୋଜନ କରିବାକୁ ଯାଉଥିବାବେଳେ ସ୍ଥାନୀୟ 'ବାପା' ସଂଗଠନ ଏହାକୁ ଦୃଢ଼ ନିନ୍ଦା କରିଛି । ଏଭଳି ଅପସଂସ୍କୃତିକୁ ବିରୋଧ କରି ଏହି କାର୍ଯ୍ୟରେ ସଂପୃକ୍ତ ବ୍ୟକ୍ତିମାନଙ୍କ ସହ ସ୍ଥାନୀୟ ପ୍ରଶାସନ ବିରୋଧରେ ଜିଲ୍ଲା ଦେୱାନୀ ଅଦାଲତରେ ମୋକ‌ଦ୍ଦମା ରୁଜୁ କରିଛି ସଂଗଠନ ।

ତେବେ ବାଲେଶ୍ବର ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ‌ଜଉ କଣ୍ଢେଇ ବିବାହ ବାଲେଶ୍ବରର ପୁରାତନ ସଂସ୍କୃତି ନୁହେଁ ବୋଲି ସ୍ପଷ୍ଟ ଭାବେ ତଥ୍ୟ ପ୍ରଦାନ କରାଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି । ଏହା ଅଦାଲତରେ ବିଚାରଧୀନ ଥିବାରୁ ପୂର୍ବତନ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏହି କାର୍ଯ୍ୟକ୍ରମରେ କୌଣସି ସରକାରୀ କର୍ମଚାରୀଙ୍କ ଯୋଗଦାନ କିମ୍ବା କୌଣସି ପ୍ରକାର ସରକାରୀ ସହାୟତାକୁ ବାରଣ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.