ETV Bharat / state

ଡାକ୍ତରବାବୁଙ୍କ ଦାୟିତ୍ବହୀନତା, ଜୀବିତ ବାଳକକୁ କଲେ ମୃତ ଘୋଷଣା !

ଜିଲ୍ଲା ଜଳେଶ୍ବର ଡାକ୍ତରଖାନାରେ ଉତ୍ତେଜନା । ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବାକୁ ନେଇ ଲୋକମାନେ ମେଡିକାଲ ଭଙ୍ଗାରୁଜା ।

author img

By

Published : Aug 15, 2019, 3:11 PM IST

Updated : Aug 15, 2019, 3:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ଜଳେଶ୍ବର ଡାକ୍ତରଖାନାରେ ଉତ୍ତେଜନା । ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବାକୁ ନେଇ ଲୋକମାନେ ମେଡିକାଲ ଭଙ୍ଗାରୁଜା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ଜଳେଶ୍ବର ଥାନା ଅଧୀନ ରାଜପୁର ଗାଁର ଶେଖ ବାବୁଲାଙ୍କ 12 ବର୍ଷର ପୁଅ ଶେଖ ହଲିମ ଆଜି ସକାଳେ ଜଳେଶ୍ବରସ୍ଥିତ ଜି କେ ଭଟ୍ଟ ଡାକ୍ତରଖାନାକୁ ଚିକିତ୍ସା ହେବା ପାଇଁ ଆସିଥିଲେ । ଡାକ୍ତର ପିଲାଟିକୁ ଚିକିତ୍ସା କରି ସାରିବା ପରେ ପିଲାଟିକୁ ମୃତ ଘୋଷଣା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ପିଲାଟିକୁ ଘରକୁ ନେଇ ଗାତ ଖୋଳି ପୋତିବାକୁ ନେବାବେଳେ ପିଲାଟି ଜୀବିତ ଥିବା ଜଣାପଡିଥିଲା । ଏହାକୁ ଦେଖି ଡାକ୍ତରଖାନାରେ ଡାକ୍ତରଙ୍କ ଦାୟିତ୍ବହୀନତା ଯୋଗୁଁ ଏମିତି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ସ୍ଥାନୀୟ ଲୋକେ ଡାକ୍ତରଖାନାରେ ବ୍ଯାପକ ଭଙ୍ଗାରୁଜା କରିବା ସହ ଜଳେଶ୍ବର - ଚନ୍ଦନେଶ୍ବର ମୁଖ୍ଯ ରାସ୍ତାକୁ ଟାୟାର ଜାଳି ଅବରୋଧ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଜଳେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।

ଅନ୍ୟପଟେ ବାଳକକୁ ପୁଣି ବାଲେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଜଳେଶ୍ବର ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି। ଜୀବିତ ବାଳକକୁ ଡାକ୍ତର ମୃତ ଘୋଷଣା କରିବାକୁ ନେଇ ଲୋକମାନେ ମେଡିକାଲ ଭଙ୍ଗାରୁଜା କରିଥିଲେ।

ଜଳେଶ୍ବର ଥାନା ଅଧୀନ ରାଜପୁର ଗ୍ରାମର ଶେଖ ବାବୁଲା ଙ୍କ 12 ବର୍ଷ ର ପୁଅ ଶେଖ ହଲିମ ଆଜି ସକାଳେ ଜଳେଶ୍ବର ସ୍ଥିତ ଜି କେ ଭଟ୍ଟର ହସପିଟାଲ କୁ ଚିକିତ୍ସା ହେବା ପାଂଇ ଆସିଥିଲେ। ହେଲେ ହସପିଟାଲ ର ଡାକ୍ତର ପିଲାଟିକୁ ଚିକିତ୍ସା କରିସାରିବା ପରେ ପିଲାଟିକୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପିଲା ଟିକୁ ଘରକୁ ନେଇ ଗାତ ଖୋଳି ପୋତିବାକୁ ନେବାବେଳେ ପିଲାଟି ଜୀବିତ ଥିବା ଜଣାପଡିଥିଲା। ଏହାକୁ ଦେଖି ଡାକ୍ତରଖାନା ରେ ଡାକ୍ତର ଙ୍କ ଦାୟିତ୍ବହୀନତା ଯୋଗୁଁ ଏମିତି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ହସପିଟାଲରେ ବ୍ଯାପକ ଭଙ୍ଗାରୁଜା କରିବା ସହ ଜଳେଶ୍ବର - ଚନ୍ଦନେଶ୍ବର ମୁଖ୍ଯ ରାସ୍ତା କୁ ଟାୟାର ଜାଳି ଅବରୋଧ କରିଥିଲେ। ପରିସ୍ଥିତି କୁ ନିୟନ୍ତ୍ରାଣଧିନ କରିବା ପାଂଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି। ଅନ୍ୟପଟେ ବାଳକକୁ ବାଲେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। Conclusion:
Last Updated : Aug 15, 2019, 3:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.