ETV Bharat / state

ଚୋରଙ୍କ ଟାର୍ଗେଟରେ ମନ୍ଦିର, 3 ମନ୍ଦିରରୁ ସିରିଜ ଚୋରି

ଏବେ ସହରରେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ଗୋଟିଏ ରାତିରେ ସହରର 3ଟି ମନ୍ଦିରରୁ ସିରିଜ ଚୋରି କରି ଦୁର୍ବୃତ୍ତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 30, 2019, 3:10 PM IST

Updated : Jul 30, 2019, 4:37 PM IST

ବାଲେଶ୍ବର: ଏବେ ସହରରେ ଚୋରଙ୍କ ଟାର୍ଗେଟରେ ମନ୍ଦିର । ଗୋଟିଏ ରାତିରେ ସହରର 3ଟି ମନ୍ଦିରରେ ସିରିଜ ଚୋରି କରି ଦୁର୍ବୃତ୍ତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ମନ୍ଦିରରେ ଭଗବାନଙ୍କ ପାଖରେ ଲାଗିଥିବା ବିଭିନ୍ନ ସୁନା ଓ ରୂପା ଅଳଙ୍କାରକୁ ବି ବାଦ୍‌ ଦେଇନାହାନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ କ୍ରାଇମ ଡିଏସ୍‌ପି ଉମେଶ ପଣ୍ଡା ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ ସୋମବାର ରାତିରେ ସହରର ଶୋଭାରମପୁର ଅଞ୍ଚଳରେ ଥିବା ଅନ୍ଧାରୀ ମଙ୍ଗଳାଙ୍କ ମନ୍ଦିର ଗ୍ରୀଲ ତାଡି ଚୋର ପଶିଥିଲେ । ସେଠାରେ ରଖାଯାଇଥିବା ମନ୍ଦିର ହୁଣ୍ଡି ଭାଙ୍ଗିବା ସହ ରୂପା ମୁକୁଟ ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏମିତିକି ସୁନାର ଆଖି ମଧ୍ୟ ତାଡି ନେଇଛନ୍ତି ଦୁର୍ବୃତ୍ତ ।

ସେହିପରି ବାଲିଆ ବଙ୍ଗାଳି ସାହି ଅଞ୍ଚଳର ତାରିଣୀ ମନ୍ଦିର ଓ ସୋମନାଥପୁର ଅଞ୍ଚଳର ରାଧାକୃଷ୍ଣ ମନ୍ଦିରରୁ ଚୋର ସୁନା ଅଳଙ୍କାର ଲୁଟ୍‌ କରିଥିବା ଅଭିଯୋଗ ହୋଇଛି । ଖବର ପାଇ କ୍ରାଇମ ଡିଏସ୍‌ପି ଉମେଶ ପଣ୍ଡା ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଦିନକୁ ଦିନ ସହରରେ ବଢୁଥିବା ଚୋରି ଡକାୟତିକୁ ନେଇ ସହରବାସୀ ଭୟଭୀତ ଥିବା ବେଳେ ପୋଲିସକୁ ଟିକେ ବି ଖାତିର କରୁନାହାନ୍ତି ଦୁର୍ବୃତ୍ତ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ସହରରେ ଚୋରମାନେ ମନ୍ଦିରକୁ ଟାର୍ଗେଟ କରିଥିବା ଜଣାପଡ଼ିଛି। ଗୋଟିଏ ରାତିରେ ଚୋରମାନେ 3ଟି ମନ୍ଦିରରୁ ଚୋରି କରିଥିବା ଦେଖିବାକୁ ମିଳିଛି।

ସହରର ଶୋଭାରମପୁର ଅଞ୍ଚଳରେ ଥିବା ଅନ୍ଧାରୀ ମଙ୍ଗଳାଙ୍କ ମନ୍ଦିର ଗ୍ରୀଲ ଭାଙ୍ଗି ଚୋରମାନେ ପଶିଥିଲେ। ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିଥିବା ବେଳେ ରୁପା ମୁକୁଟ ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏମିତିକି ସୁନାର ଆଖି ମଧ୍ୟ ତାଡି ନେଇଥିବା ଦେଖିବାକୁ ମିଳିଛି। ସେହିପରି ବାଲିଆ ବଙ୍ଗାଳି ସାହି ଅଞ୍ଚଳର ତାରିଣୀ ମନ୍ଦିର ଓ ସୋମନାଥପୁର ଅଞ୍ଚଳର ରାଧାକୃଷ୍ଣ ମନ୍ଦିରରୁ ଚୋରମାନେ ସୁନା ଅଳଙ୍କାର ଲୁଟ କରିଥିବା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ କ୍ରାଇମ ଡ଼ିଏସପି ଉମେଶ ପଣ୍ଡା ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ବାଲେଶ୍ୱରରେ ଦିନକୁ ଦିନ ଅପରାଧ ଓ ଚୋରି ବୃଦ୍ଧି ପାଉଥିବା ବେଳେ ଅପରାଧିମାନେ ପୋଲିସକୁ ଭୟ କରୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି। Conclusion:
Last Updated : Jul 30, 2019, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.