ETV Bharat / state

ବଙ୍ଗୀୟ ବାଲିମାଫିଆ ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଫସିଛି ସୁବର୍ଣ୍ଣରେଖା - sand

ବାଲିମାଫିଆଙ୍କ ମଧୁଚନ୍ଦ୍ରିକାରେ ଫସିଛି ସୁବର୍ଣ୍ଣରେଖା ବେଆଇନ ବାଲି ଚାଲଣ । ଓଡିଶା ରାଜସ୍ଵ ଅଧିକାରୀ ଓ ବଙ୍ଗୀୟ ବାଲିମାଫିଆଙ୍କ ସଲାସୁତୁରାରେ ସୁବର୍ଣ୍ଣରେଖାର ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Mar 31, 2019, 3:27 PM IST

ବାଲେଶ୍ୱର: ଓଡିଶା ରାଜସ୍ଵ ଅଧିକାରୀ ଓ ବଙ୍ଗୀୟ ବାଲିମାଫିଆଙ୍କ ମଧୁଚନ୍ଦ୍ରିକାରେ ଫସିଛି ସୁବର୍ଣ୍ଣରେଖା ବେଆଇନ ବାଲି ଚାଲଣ । ସଲାସୁତୁରା କରି ସୀମା ପାର ହେଉଛି ସୁବର୍ଣ୍ଣରେଖାର ବାଲି । ତେବେ ଏହି ବେଆଇନ ବାଲି ଚାଲଣ ସୀମା ନିର୍ଦ୍ଧାରଣରେ ରାଜସ୍ଵ ବିଭାଗ ଓ ବଡବଡ ସରକାରୀ ଅଧିକାରୀଙ୍କ ପକେଟ ଗରମ ହେଉଥିବାରୁ ସେମାନେ ଏଥିରେ ପ୍ରଧାନ ଅନ୍ତରାୟ ସାଜୁଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ସୂଚନା ଅନୁଯାୟୀ, ଜଳେଶ୍ୱର ସୁବର୍ଣ୍ଣରେଖା ନଦୀର ବାଲି ସୈରାତରୁ ବ୍ୟାପକ ଭାବରେ ଉତ୍ତୋଳନ, ବାଲି ଚାଲାଣ ସହ ସୀମା ନିର୍ଦ୍ଧାରଣ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ସାଜିଛି । ଏହାକୁ ନେଇ ଶନିବାର ଓଡିଶା ରାଜସ୍ଵ ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ଶାସନ ସଚିବ କୁଞ୍ଜ ବିହାରୀ ଧଳ, ବାଲେଶ୍ୱରର ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କ ସମେତ ସ୍ଥାନୀୟ ପୋଲିସ ପ୍ରଶାସନ ଉକ୍ତ ବାଲି ଖାଦାନକୁ ପରିଦର୍ଶନରେ ଯାଇଥିଲେ ।

ସେଠାରେ ବିଭିନ୍ନ ଖାଦାନ ଗୁଡିକର ସ୍ଥିତି ଓ ଦୀର୍ଘ ଦିନର ଥିବା ସୀମା ବିବାଦର ତଦନ୍ତ କରିଥିଲେ । ତେବେ ବିଳାସପୁର ବାଲି ସୈରାତରେ ଥିବା ବିଭିନ୍ନ ସମସ୍ୟାକୁ ବାଲେଶ୍ଵରର ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଶାସନସଚିବଙ୍କୁ ଲୁଚାଇଥିବା ଅଭିଯୋଗ ହୋଇଛି ।

ଏହା ସହ ଓଲମରା ଆରଆଇ ଅଧୀନରେଥିବା ରାଜନଗର-ବିଳାସପୁର ବାଲି ଖାଦାନକୁ ପରିଦର୍ଶନ କରି ବାଲି ଉତ୍ତୋଳନ ଓ ସୀମା ନିର୍ଦ୍ଧାରଣ ବିଷୟରେ ସରପଞ୍ଚ ଯତୀନ୍ଦ୍ର ମହାନ୍ତି ବହୁ କଥାକହିବାକୁ ଚେଷ୍ଟା କରୁଥିଲେ । କିନ୍ତୁ, ରାଜସ୍ଵ ବିଭାଗର ଅଧିକାରୀମାନେ ତାଙ୍କୁ ସୁଯୋଗ ଦେଇନଥିବା ଦେଖିବାକୁ ମିଳିଥିଲା ।

ଖାଲି ସେତିକି ନୁହେଁ ଓଡିଶା-ବିଲାସପୁର ଫେରି ଘାଟରେ ଏକ ବେଆଇନ ଚେକ ପୋଷ୍ଟ ରହିଛି । ଯେଉଁଥିରୁ ପଶ୍ଚିମ ବଙ୍ଗର ବାଲି ମାଫିଆମାନେ ବାଲି ଗାଡ଼ି ଓ ସାଧାରଣଲୋକଙ୍କ ଠାରୁ ବେଆଇନ ଟିକସ ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଛି ।

ତେବେ ପୂର୍ବ ସୀମା ନିର୍ଦ୍ଧାରଣ ବେଳେ ତାହା ଓଡିଶାର ସୀମା ବୋଲି ଜଣା ପଡିଥିଲେ ମଧ୍ୟ ଓଡିଶା ପ୍ରଶାସନର ଅପାରଗତା ପାଇଁ ଆଜିବି ତାହା ପଶ୍ଚିମବଙ୍ଗ କବଜାରେ ରହିଥିବା ଜଣାପଡିଛି ।

ତଦନ୍ତରେ ଆସିଥିବା ପ୍ରମୁଖ ଶାସନ ସଚିବଙ୍କୁ କାହିଁକି ଏହି ଗେଟ ବିଷୟରେ ସୂଚନା ଦିଆଗଲା ନାହିଁ ତାହା ପ୍ରଶାସନର ସମ୍ପୃକ୍ତି ଉପରେ ସନ୍ଦେହ ସୃଷ୍ଟି କରୁଛି । ଶାସନ ସଚିବ ସେହି ଗେଟଦେଇ ପଶ୍ଚିମବଙ୍ଗ ଦାନ୍ତୁନ ଯାଇଥିଲେ। ମାତ୍ର କିଛି ସମୟ ପୂର୍ବରୁ ଓଲମରା ଆର ଆଇ ସେଠାରେ ପହଞ୍ଚି ସେ ଗେଟକୁ ସାମୟିକ ଭାବେଉଛେଦ କରିଥିଲେ ।

ଗୋଟେ ପଟେ ତଦନ୍ତ ଚାଲିଥିବା ବେଳେ ଓଲମରା ଆରଆଇ ଉକ୍ତ ଗେଟ ଭିତରେ ବସିଥିବା ଦେଖିବାକୁ ମିଳିଥିଲା ।ଏହା ସ୍ପଷ୍ଟ କରୁଛି କି ଜଳେଶ୍ବର ପ୍ରଶାସନର ଜାଣତରେ ସବୁକିଛି ହେଉଛି । ଉପରିସ୍ଥ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇ ବାଟବଣା କରାଯାଉଛି । ଏହି ସବୁ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

jhsdkfhskjn

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.