ବାଲେଶ୍ବର: ରାଜ୍ୟ ମହିଳା ଆୟୋଗ ଅଦାଲତ ଜିଲ୍ଲା ସଦଭାବନା ସଭାଗୃହରେ ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମିନତୀ ବେହେରା ଯୋଗ ଦେଇଛନ୍ତି ।
ବାଲେଶ୍ବର ଜିଲ୍ଲାରେ ମହିଳାଙ୍କ ସମ୍ବନ୍ଧୀୟ ଯେଉଁ ଆଇନ ରହିଛି, ତାହା ଉପରେ ଆଲୋକପାତ କରାଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହିଳାମାନଙ୍କ ଦ୍ବାରା ହୋଇଥିବା ଅଭିଯୋଗର ଶୁଣାଣି କରାଯାଇଛି। ଏଥିରେ ସମୁଦାୟ ୫୦ଟି ଅଭିଯୋଗ ଦାଖଲ କରାଯାଇଥିଲା।
ଏହି ମହିଳା ଆୟୋଗ ଅଦାଲତ ଶିବିରରେ ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଏସପି ତପନ ପଟ୍ଟନାୟକ, ଆୟୋଗର ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁସୁମମାଳା ମିଶ୍ର ଓ ପ୍ରୋଗ୍ରାମ ଅଫିସର ସୁଜାତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ