ETV Bharat / state

ଏସପି ଅଫିସ ଘେରିଲା ନାଗରିକ ଅଧିକାର ସୁରକ୍ଷା ମଞ୍ଚ - ଏସପି ଅଫିସ

ରିଲିଫ ଚାଉଳ ଉତ୍ତେଜନା ବିରୋଧରେ ସରପଞ୍ଚ ଥାନାରେ ଅଭିଯୋଗ କରିବା ପରେ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି । ଏହାର ପ୍ରତିବାଦରେ ରେମୁଣା ନାଗରିକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଅଧିକ ପଢନ୍ତୁ...

ଏସପି ଅଫିସ ଘେରିଲା ନାଗରିକ ଅଧିକାର ସୁରକ୍ଷା ମଞ୍ଚ

author img

By

Published : Jun 11, 2021, 12:41 PM IST

ବାଲେଶ୍ଵର: ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତରେ ରିଲିଫ ଚାଉଳକୁ ନେଇ ଦେଖା ଦେଇଥିବା ଉତ୍ତେଜନା ବିରୋଧରେ ସରପଞ୍ଚ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି । ଏହାର ପ୍ରତିବାଦରେ ରେମୁଣା ନାଗରିକ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି ।

ଏସପି ଅଫିସ ଘେରିଲା ନାଗରିକ ଅଧିକାର ସୁରକ୍ଷା ମଞ୍ଚ

ମଞ୍ଚର ଅଭିଯୋଗ ଓ ଦାବି ଅନୁସାରେ, ରିଲିଫ ଚାଉଳ ବଣ୍ଟାଯିବା ପାଇଁ ଆସିଥିବା ବେଳେ ସରପଞ୍ଚଙ୍କ ଜରିଆରେ ତାହା ହରିଲୁଟ କରାଯାଇଥିଲା । ମାତ୍ର ପରେ ଲୋକମାନେ ଏହି ଖବର ପାଇ ଗୋଦାମ ଘରୁ ଚାଉଳ ଲୁଟିନେବା ଘଟଣାକୁ ଆଧାର କରି ଯେଉଁ ମକଦ୍ଦମା କରାଯାଇଛି ତାହା ଭିତ୍ତିହୀନ ବୋଲି କୁହାଯାଇଛି । ଏଥିପାଇଁ ନିରପେକ୍ଷ ତଦନ୍ତ କରିବା ପାଇଁ ଦାବି କରାଯାଇଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.