ETV Bharat / state

ଡେଲିଭରୀ ବଏକୁ ଘରୁ ଘୋଷାଡି ପିଟିଲେ ଦୁର୍ବୃତ୍ତ, ଦୁଇ ଗାଁ ମୁହାଁମୁହିଁ - ସହଦେବଖୁଣ୍ଟା ଥାନା ଡେଲିଭରି ବୟ ଆକ୍ରମଣ

ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧିନ ସାନଦହପଡ଼ା ଗ୍ରାମରେ ଜଣେ ଡେଲିଭରୀ ବଏକୁ କିଛି ଯୁବକ ମାଡ଼ ମାରିବା ସହ ଗ୍ରାମବାସୀଙ୍କ ସହ ମାରପିଟ ଘଟଣା ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଡେଲିଭରି ବୟ ସହ ଗାଁ ଲୋକଙ୍କୁ ଆକ୍ରମଣ କଲେ କିଛି ଯୁବକ

author img

By

Published : May 21, 2021, 4:00 PM IST

ବାଲେଶ୍ୱର: ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧିନ ସାନଦହପଡ଼ା ଗ୍ରାମରେ ଜଣେ ଡେଲିଭରୀ ବଏକୁ କିଛି ଯୁବକ ମାଡ଼ ମାରିବା ସହ ଗ୍ରାମବାସୀଙ୍କ ସହ ମୁହାଁମୁହାଁ ହୋଇଛନ୍ତି ।

ଡେଲିଭରୀ ବଏକୁ ଘରୁ ଘୋଷାଡି ପିଟିଲେ ଦୁର୍ବୃତ୍ତ, ଦୁଇ ଗାଁ ମୁହାଁମୁହିଁ
ଗାଁ ଭିତରେ ପସି ଜଣେ ଡେଲିଭେରୀ ବୟକୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଦୁର୍ବୃତ୍ତମାନେ ନିସ୍ତୁକ ମାଡ ମାରୁଥିଲେ । ଏହାକୁ ଗାଁ ଲୋକ ପ୍ରତିବାଦ କରିବାରୁ ସେମାନେ ଗ୍ରାମବାସୀଙ୍କୁ ବି ଛାଡିଲେନି । ଗାଁରେ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିବା ସହ ଫାଙ୍କା ଗୁଳି ଚାଳନା ଓ ସଂଘବଦ୍ଧ ଭାବେ ଗୋଡେଇ ଗୋଡେଇ ହାଣିବା ଭଳି ଘଟଣା ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ଅଭିଯୋଗ ହୋଇଛି ।

ଏଭଳି ଘଟଣା କଣ୍ଟାବଣିଆ ଓ ସାନଦହପଡ଼ା ଗ୍ରାମ ଭିତରେ ଉପୁଜିଥିବା ବେଳେ କଣ୍ଟାବଣିଆ ଗ୍ରାମର ଯୁବକଙ୍କ ଆକ୍ରମଣରେ ସାନଦହପଡ଼ା ଗାଁର ୫ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.