ETV Bharat / state

କୋରୋନା କ୍ବାରେଣ୍ଟିନ ଯୋଦ୍ଧା ସ୍ବେଚ୍ଛାସେବୀ - ବାଲେଶ୍ବର ନ୍ୟୁଜ

ବାଲେଶ୍ଵର ଜିଲ୍ଲାର 360 ପଞ୍ଚାୟତରେ ହୋଇଛି କ୍ବାରେଣ୍ଟିନ ସେଣ୍ଟର । ସେଣ୍ଟରରେ ଥିବା ଅନ୍ତେବାସୀମାନଙ୍କୁ ସେବା ଯୋଗାଉଛନ୍ତି ଅଞ୍ଚଳର ସ୍ବେଚ୍ଛାସେବୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତସ୍ତରୀୟ ସ୍ବେଚ୍ଛାସେବୀ ଓ ସରପଞ୍ଚମାନଙ୍କୁ କୋରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ପ୍ରତିଦିନ ଅନ୍ତେବାସୀମାନଙ୍କୁ 4 ଥର ଖାଇବା ଦେବା ସହ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ସ୍ବେଛାସେବୀମାନେ ଦୃଷ୍ଟି ଦେଉଛନ୍ତି ।

କୋରୋନା କ୍ବାରେଣ୍ଟିନ ଯୋଦ୍ଧା ସ୍ବେଚ୍ଛାସେବୀ
କୋରୋନା କ୍ବାରେଣ୍ଟିନ ଯୋଦ୍ଧା ସ୍ବେଚ୍ଛାସେବୀ
author img

By

Published : May 15, 2020, 7:35 PM IST

ବାଲେଶ୍ବର: ବର୍ତ୍ତମାନ କୋରୋନା ମହାମାରୀ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ସମସ୍ତେ ସଜାଗ ହୋଇଛନ୍ତି । ବାହାର ରାଜ୍ୟରୁ ସରକାରୀ ସ୍ତରରେ ପ୍ରବାସୀମାନେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା କ୍ବାରେଣ୍ଟାଇନ ସେଣ୍ଟରରେ ରହି ସୁସ୍ଥ ହେବାପରେ ନିଜ ଘରକୁ ଯିବାପାଇଁ ନିୟମ ରହିଛି । ବାଲେଶ୍ଵର ଜିଲ୍ଲାର 360 ପଞ୍ଚାୟତରେ ହୋଇଛି କ୍ବାରେଣ୍ଟିନ ସେଣ୍ଟର । ଯେଉଁଠି ରହୁଛନ୍ତି ପ୍ରବାସୀ ଓଡ଼ିଆ । ସେମାନଙ୍କ ପାଇଁ ସରକାରୀ ସ୍ତରରେ ଯୋଗାଇ ଦିଆଯାଉଛି ସୁବିଧା ।

କୋରୋନା କ୍ବାରେଣ୍ଟିନ ଯୋଦ୍ଧା ସ୍ବେଚ୍ଛାସେବୀ

କ୍ବାରେଣ୍ଟିନ ସେଣ୍ଟରରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ତତ୍ପରତା ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ସେଣ୍ଟରରେ ଥିବା ଅନ୍ତେବାସୀମାନଙ୍କୁ ସେବା ଯୋଗାଉଛନ୍ତି ଅଞ୍ଚଳର ସ୍ବେଚ୍ଛାସେବୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତସ୍ତରୀୟ ସ୍ବେଚ୍ଛାସେବୀ ଓ ସରପଞ୍ଚମାନଙ୍କୁ କୋରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ପଞ୍ଚାୟତରେ ଥିବା କ୍ବାରେଣ୍ଟିନ ସେଣ୍ଟର ଗୁଡିକରେ ଥିବା ଅନ୍ତେବାସୀମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ସେମାନଙ୍କ ସୁବିଧା ପ୍ରତି ସ୍ବେଛାସେବୀମାନେ ଯତ୍ନବାନ ହୋଇଛନ୍ତି । ପ୍ରତିଦିନ ଅନ୍ତେବାସୀମାନଙ୍କୁ 4 ଥର ଖାଇବା ଦେବା ସହ ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ସ୍ବେଛାସେବୀମାନେ ଦୃଷ୍ଟି ଦେଉଛନ୍ତି ।

ତେବେ ପଞ୍ଚାୟତସ୍ତରରେ କେମିତି ସ୍ବେଚ୍ଛାସେବୀମାନେ କ୍ବାରେଣ୍ଟିନରେ ଥିବା ଅନ୍ତେବାସୀମାନଙ୍କୁ ସେବା ଯୋଗାଉଛନ୍ତି ସେ ନେଇ ଆମେ ସ୍ଥିତି ପରଖିଥିଲୁ । ସ୍ବେଚ୍ଛାସେବୀମାନେ ବଜାର ସଉଦା କରିବା ଠୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁ କାମରେ ସହଯୋଗ କରିବା ସହ ଅନ୍ତେବାସୀଙ୍କ ପାଖରେ ଖାଦ୍ୟ ପହଞ୍ଚାଉଥିବା ଦେଖିବାକୁ ମିଳିଥିଲା । କ୍ବାରେଣ୍ଟିନ ସେଣ୍ଟର ଭିତରକୁ ଯିବା ପୂର୍ବରୁ ସ୍ବେଚ୍ଛାସେବୀମାନେ ବେଶ ସତର୍କତା ଅବଲମ୍ବନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.