ETV Bharat / state

ବାଲେଶ୍ଵରରେ ପୁଣି ଲଜ୍ଜା, ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

author img

By

Published : Jan 21, 2023, 9:54 AM IST

ବାଲେଶ୍ଵରରେ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତ ଯୁବକ ଥାନାରେ ଅଟକ । ଅଧିକ ପଢନ୍ତୁ

ବାଲେଶ୍ଵରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ବାଲେଶ୍ଵରରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ବର: ପ୍ରଥମେ ସୋସିଆଲ ମିଡିଆରୁ ବନ୍ଧୁତା । ପରେ ବନ୍ଧୁତାରୁ ଆରମ୍ଭ ହେଲା ପ୍ରେମ । ଶେଷରେ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ପରେ ଭିଡିଓ ଉତ୍ତୋଳନ କରି ବ୍ଲାକମେଲିଂ କଲା ଅଭିଯୁକ୍ତ ପ୍ରେମିକ । ବାଲେଶ୍ବର ଜିଲ୍ଲାରୁ ପୁଣିଥରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦିନକ ତଳେ ସୋର ଅଞ୍ଚଳରେ ଦୁଇଜଣ ସ୍କୁଲ ଛାତ୍ରୀଙ୍କୁ ଟେକି ନେଇ ଦୁଇ ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ଏବେ ନୀଳଗିରି ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ଏନେଇ ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚାରଉଚରା କରୁଛି ।

ଅଭିଯୋଗ ଅନୁଯାୟୀ, ୨୩ ବର୍ଷୀୟା ପୀଡିତାଙ୍କ ବାପଘର ଯାଜପୁରରେ ହୋଇଥିବା ବେଳେ ସେ ନୀଳଗିରି ଥାନା ଅଞ୍ଚଳରେ ବିବାହ କରିଥିଲେ । ତାଙ୍କର ଗୋଟିଏ ୪ ବର୍ଷର ଝିଅ ମଧ୍ୟ ଅଛି । ତିନି ବର୍ଷ ପୂର୍ବେ ସିମୁଳିଆ ଅଞ୍ଚଳର ଜଣେ ଯୁବକଙ୍କ ସହ ମହିଳା ଜଣକ ସୋସିଆଲ ମିଡିଆରେ ବନ୍ଧୁତ୍ବ ସ୍ଥାପନ କରିଥିଲେ । ପରେ ଯୁବକ ତାଙ୍କୁ ପ୍ରେମ ନିବେଦନ କରିଥିଲେ । ବାରମ୍ବାର ପ୍ରେମ ନିବେଦନ ପରେ ଯୁବକଙ୍କ ଜାଲରେ ଫସି ଯାଇଥିଲେ ମହିଳା । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ବାଲେଶ୍ବରେ ଲଜ୍ଜା, ନିଶା ଦେଇ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଏହାପରେ ଦିନେ ଯୁବକ ମହିଳାଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଆଇ ଦେଇଥିଲା । ସେ ଅଚେତ ହୋଇଯିବା ପରେ ତାଙ୍କ ସହ ଦୁଷ୍କର୍ମ କରି ଏହି ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଥିଲା । ତା'ପରେ ଆରମ୍ଭ ହୋଇଥିଲା ବ୍ଲାକମେଲିଂ । ଯୁବକ ଭିଡିଓ ଭାଇରାଲ କରିବାର ଧମକ ଦେଇ ମହିଳାଙ୍କୁ ଟଙ୍କା ମାଗିବା ଆରମ୍ଭ କରିଥିଲା । ଶେଷରେ ବାଧ୍ୟ ହୋଇ ମହିଳା ନିଜ ସ୍ବାମୀଙ୍କ ଅଜାଣତରେ ଯୁବକଙ୍କ ୧ ଲକ୍ଷ ଟଙ୍କା ଦେଇଥିଲେ । ହେଲେ ଏହାପରେ ମଧ୍ୟ ଅଭିଯୁକ୍ତ ବ୍ଲାକମେଲିଂ ବନ୍ଦ କରିନଥିଲା । ଫଳରେ ଉପାୟଶୂନ୍ୟ ହୋଇ ମହିଳା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ନୀଳଗିରି ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକ ଜଣକ ପୋଲିସ ଭ୍ୟାନ ଚଳାଉଥିବା ଜଣାପଡ଼ିଥିବା ବେଳେ ଏନେଇ ଅଧିକ ଛାନଭିନ୍ କରାଯାଉଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.