ETV Bharat / state

ବିବାହ ଭୋଜି ଖାଇ ଫେରିଲେନି ଯୁବକ ! - baleswara

ବାଲେଶ୍ବରର ବ୍ରାହ୍ମଣୀ ପୋଖରୀ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ଜଣେ ପ୍ରାଣ ହରାଇ ଥିବାବେଳେ 2 ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 20, 2019, 1:34 PM IST

ବାଲେଶ୍ବର: ବିବାହ ଭୋଜି ଖାଇ ବାଲେଶ୍ବରର ଖଇରା ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ବାଇକ୍ । ଏଥିରେ ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ରବିବାର ବିଳମ୍ବିତ ରାତିରେ ତିନି ଜଣ ବାଇକରେ ଫେରୁଥିବା ସମୟରେ ବ୍ରାହ୍ମଣ ପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା । ଖବର ପାଇ ଖଇରା ଦମକଳ ବାହିନୀ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ଡାକ୍ତର ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ନାମ ରାକେଶ ବେହେରା ଓ ସେ କୁପାରି ଷ୍ଟେଟ ବ୍ୟାଙ୍କ ଶାଖାର ସିକ୍ୟୁରୁଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ସଡ଼କ ଦୁର୍ଘଟଣାରେ 1 ମୃତ 2 ଗୁରୁତର
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 20/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର କୁପାରି ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ 2ଜଣ ଆହତ ହୋଇଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବିବାହ ଭୋଜି ଖାଇ ଖଇରା ଫେରୁଥିବା ସମୟରେ ବ୍ରାହ୍ମଣ ପୋଖରୀ ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ଘଟିଥିଲା। ଖବର ପାଇ ଖଇରା ଦମକଳ ବାହିନୀ ଆହତମାନଙ୍କୁ ଖଇରା ମେଡିକାଲ କୁ ନେଇ ଚିକିତ୍ସା କରାଇ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ରାକେଶ ବେହେରା ଓ ସେ କୁପାରି ଷ୍ଟେଟ ବ୍ୟାଙ୍କ ଶାଖାର ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି ବୋଲି ଜଣାପଡିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.