ETV Bharat / state

ବାଲେଶ୍ଵର ବିକାଶ ପାଇଁ ଅଣ୍ଟା ଭିଡ଼ିଲା ବରିଷ୍ଠ ନାଗରିକ ମଞ୍ଚ

ବାଲେଶ୍ଵର ଜିଲ୍ଲାର ସମୂହ ଉନ୍ନତି ପାଇଁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୧୧ଟି ଦାବି ଉପସ୍ଥାପନ କରାଯାଇଛି।

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୧୧ଟି ଦାବି ଉପସ୍ଥାପନ

author img

By

Published : Jan 27, 2021, 10:27 PM IST

ବାଲେଶ୍ଵର: ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ବାଲେଶ୍ଵର ଜିଲ୍ଲାର ସମୂହ ଉନ୍ନତି ପାଇଁ ମଞ୍ଚ ପକ୍ଷରୁ ୧୧ଟି ଦାବି ଉପସ୍ଥାପନ କରାଯାଇଛି।

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୧୧ଟି ଦାବି ଉପସ୍ଥାପନ

ବାଲେଶ୍ବର ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଅସହାୟ ଓ ଭିନ୍ନକ୍ଷମଙ୍କ ଥଇଥାନ, ପୁନର୍ବାସ କେନ୍ଦ୍ର ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କରିବା, ବାଲେଶ୍ଵରରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ ପ୍ରତିଷ୍ଠା କରିବାକୁ ଦାବି କରାଯାଇଛି ।

ଏହାସହ ବନ୍ଦର ଓ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ନିର୍ମାଣ ଲାଗି ନିର୍ବିବାଦୀୟ ସ୍ଥାନ ନିରୂପଣ କରିବା, ବାଲେଶ୍ଵରକୁ ମହାନଗର ନିଗମରେ ପରିଣତ କରିବା, ସୁବର୍ଣ୍ଣରେଖା ବନ୍ୟାଜଳ ନିଷ୍କାସନ ଓ ସଂସ୍କାର ଯୋଜନାକୁ କାର୍ଯ୍ୟକାରୀ କରିବା, ପର୍ଯ୍ୟଟନ ଓ ଶିଳ୍ପାୟନ କ୍ଷେତ୍ରରେ ବିକାଶ କରିବା ଭଳି ଦାବି କରିଛି ବରିଷ୍ଠ ନାଗରିକ ମଞ୍ଚ ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.