ETV Bharat / state

ସମର୍ଥନ ନଦେବାରୁ ସମିତି ସଭ୍ୟାଙ୍କ ଶ୍ୱଶୁରଙ୍କୁ ହତ୍ୟା ଅଭିଯୋଗ - ବିଜେଡି ଚେୟାରମେନଙ୍କୁ ସମର୍ଥନ ନଦେବାରୁ ହତ୍ୟା

ବିଜେଡି ଚେୟାରମେନଙ୍କୁ ସମର୍ଥନ ନଦେବାରୁ ଗାଁ ଦାଣ୍ଡରେ ହତ୍ୟା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବଡ଼ଜୟୀପୁର ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଅଧିକ ପଢ଼ନ୍ତୁ

ସମର୍ଥନ ନଦେବାରୁ ସମିତି ସଭ୍ୟାଙ୍କ ଶ୍ୱଶୁରଙ୍କୁ ହତ୍ୟା ଅଭିଯୋଗ

author img

By

Published : Mar 17, 2022, 11:03 PM IST

ବାଲେଶ୍ଵର: ବିଜେଡି ଚେୟାରମେନଙ୍କୁ ସମର୍ଥନ ନଦେବାରୁ ଗାଁ ଦାଣ୍ଡରେ ହତ୍ୟା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବଡ଼ଜୟୀପୁର ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ମୃତବ୍ଯକ୍ତି ଜଣକ ହେଉଛନ୍ତି ବଡ଼ଜୟୀପୁର ପଞ୍ଚାୟତରେ ବିଜେପି ସମିତି ସଭ୍ୟାଙ୍କ ଶ୍ବଶୁର ଉପେନ୍ଦ୍ର ସେଠୀ । ବୁଧବାର ବିଳମ୍ବିତ ରାତିରେ ବଡ଼ଜୟୀପୁର ପଞ୍ଚାୟତ ଅଫିସ ନିକଟସ୍ଥ ନିଜ ଦୋକାନରେ ବସିଥିଲେ ଉପେନ୍ଦ୍ର।

ସମର୍ଥନ ନଦେବାରୁ ସମିତି ସଭ୍ୟାଙ୍କ ଶ୍ୱଶୁରଙ୍କୁ ହତ୍ୟା ଅଭିଯୋଗ

ସେହି ସମୟରେ ଗାଁର କିଛି ଲୋକ ଦୋକାନକୁ ଆସି ବିଜେଡି ବ୍ଲକ ଚେୟାରମେନଙ୍କୁ କାହିଁକି ସମର୍ଥନ କଲନି ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଉପେନ୍ଦ୍ର ତାଗିଦ କରିବାରୁ ଉତ୍ତ୍ୟକ୍ତ ଲୋକେ ଦୋକାନ ଭିତରେ ପଶି ଉପେନ୍ଦ୍ରଙ୍କୁ ମାଡ଼ମାରି ଲୌହୁଲୁହାଣ କରିଦେଇଥିଲେ।

ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଁଞ୍ଚି ଉପେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଉପେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଉପେନ୍ଦ୍ରଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.