ବାଲେଶ୍ବର: ସଡକ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ଅନେକ ଲୋକଙ୍କ ଜୀବନ ଯାଉଛି । ଏଥିରେ ରୋକ ଲଗାଇବା ଏବଂ ଏଥି ନିମନ୍ତେ ଲୋକଙ୍କୁ ସଚେତନ କରାଇବା ପାଇଁ ବର୍ତ୍ତମାନ ଚାଲିଛି ସଡ଼କ ସୁରକ୍ଷା ମାସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ଲୋକଙ୍କୁ ସଚେତନ କରାଇବା ପାଇଁ ବ୍ୟାନର ଓ କାନ୍ଥରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ସେହିପରି ସଚେତନତା ଉଦ୍ଦେଶ୍ୟରେ ଆଜି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସହରର ଫକୀର ମୋହନ ଗୋଲେଇରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଆରଟିଓ, ଏମଭିଆଇ, ଟ୍ରାଫିକ ଥାନା କର୍ମଚାରୀମାନେ ସାମିଲ ହୋଇଥିଲେ । ନୂତନ ଆଇନ କଡାକଡି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ