ETV Bharat / state

ଗାଁ ରାସ୍ତା ପ୍ରତି ପ୍ରଶାସନର ନିଘା ନାହିଁ, ପଶି ପାରୁନି ଆମ୍ବୁଲାନ୍ସ ! - remuna road problem news

ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତର ଲୋକେ । ଜାତୀୟ ରାଜପଥ 60ରୁ ସଂଯୋଗ ହୋଇଥିବା ରାସ୍ତାର ବାଲିସୁଆଁ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ଅଧିକ ପଢନ୍ତୁ

ଗାଁ ରାସ୍ତା ପ୍ରତି ପ୍ରଶାସନର ନିଘା ନାହିଁ, ପଶି ପାରୁନି ଆମ୍ବୁଲାନ୍ସ !

author img

By

Published : Apr 1, 2022, 10:25 AM IST

ବାଲେଶ୍ବର: ଗାଁ ଗହଳିର ରାସ୍ତା ଉନ୍ନତମାନର କରିବା ପାଇଁ ସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଛି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରତି ଗାଁକୁ ସଂଯୋଗ କରୁଥିବା ରାସ୍ତା ଚକାଚକ କରିବା ସହ ଖରାପ ହେଲେ ସେସବୁ ମରାମତି କରାଯାଉଛି । ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ।

ଗାଁ ରାସ୍ତା ପ୍ରତି ପ୍ରଶାସନର ନିଘା ନାହିଁ, ପଶି ପାରୁନି ଆମ୍ବୁଲାନ୍ସ !

ଜାତୀୟ ରାଜପଥ 60ରୁ ସଂଯୋଗ ହୋଇଥିବା ରାସ୍ତାର ବାଲିସୁଆଁ ନିକଟରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । 2015ରେ ଏହି ରାସ୍ତା ନୂଆ କରି ହୋଇଥିବା ବେଳେ ଏହାର ମରାମତି 5 ବର୍ଷରେ ମାତ୍ର ଥରେ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସେହି ରାସ୍ତାର ଅବସ୍ଥା ଏମିତି ହୋଇଛି ଯେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ଅସୁବିଧା ହେଉଛି । ଯେଉଁଥିପାଇଁ ରୋଗୀମାନଙ୍କୁ ପ୍ରାୟ 3 କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ନିକଟରେ ଛାଡିବାକୁ ପଡୁଛି ।

ରାସ୍ତା ମରାମତି ନେଇ ପ୍ରଶାସନିକ ସ୍ତରରେ ଉଦାସୀନତା ଦେଖା ଦେଇଥିବା ବେଳେ ଚଷାଖଣ୍ଡ, କୁରୁଣିଆ, ହଳଦୀପଦା ଆଦି ପଞ୍ଚାୟତର ପ୍ରାୟ 30 ହଜାର ଲୋକେ ଯାତାୟାତ ପାଇଁ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ମରାମତି ସମ୍ପର୍କରେ ଆମେ ଅଧିକ୍ଷଣ ଯନ୍ତ୍ରୀଙ୍କ ମତାମତ ନେବାପାଇଁ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲୁ । ସେଠାରେ ଯନ୍ତ୍ରୀ ଲଞ୍ଚ ବ୍ରେକରେ ଯାଇଥିବା କର୍ମଚାରୀମାନେ କହିଥିଲେ ।

ଏହାପରେ ଆମେ ଯନ୍ତ୍ରୀ ତପନ ବେହେରାଙ୍କ ନମ୍ବର ଆଣି ତାଙ୍କ ସହ ଯୋଗାଯୋଗ କରିଥିଲୁ । ଫୋନରେ ସବୁକଥା ଶୁଣିବା ପରେ ପ୍ରତିକ୍ରିୟା କଥା କହିବାରୁ ସେ ତପନ ବେହେରା ନୁହେଁ ବୋଲି କହି ଫୋନ କାଟି ଦେଇଥିଲେ । ଯେଉଁଠି ସାଧାରଣ ଲୋକମାନେ ଯାତାୟାତର ସୁବିଧା ପାଇବାରେ ବ୍ୟତିକ୍ରମ ରହିଛି ସେଠାରେ ଯନ୍ତ୍ରୀଙ୍କ ଏତାଦୃଶ ବ୍ୟବହାର ଚକିତ କରୁଛି । ତେବେ ଏହି ସମସ୍ୟା ପ୍ରତି ଜିଲ୍ଲାପାଳ ଟିକେ ଦୃଷ୍ଟି ଦେଇ କେବେ ଏହାର ସମାଧାନ କରୁଛନ୍ତି ତାହାହିଁ ଦେଖିବାକୁ ବାକି ରହିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.