ETV Bharat / state

ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

author img

By

Published : Feb 1, 2021, 9:33 PM IST

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲ ସାମ୍ନା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଅଧିକ ପଢନ୍ତୁ...

ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା
ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ବାଲେଶ୍ବର:ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା । ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ରୋଗୀଙ୍କ ସମ୍ପର୍କୀୟମାନେ ମେଡିକାଲ ସାମ୍ନା ରାସ୍ତାରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ରୋଗୀ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ସୂଚନା ଅନୁସାରେ,ସଦର ଥାନା ଅଧିନ ତୋଟାପାଳ ଅଞ୍ଚଳର ଦେବରାଜ ମାଝୀଙ୍କର ହାତ ବିନ୍ଧା ହେଉଥିବା କାରଣରୁ ମେଡିକାଲ ଆସିଥିଲେ। ସେଠାରେ ଡାକ୍ତର ଦେଖାଇ ମେଡିସିନ ଖାଇବା ପରେ ସେ ଅଧିକ ଅସୁସ୍ଥ ହୋଇଯାଇଥିଲେ।

କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେବରାଜଙ୍କ ମୃତ୍ୟୁ ଭୁଲ ଔଷଧ କାରଣରୁ ହୋଇଥିବା ସମ୍ପର୍କୀୟମାନେ ଅଭିଯୋଗ କରି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ସମ୍ପୃକ୍ତ ଡାକ୍ତରଙ୍କୁ ନିଲମ୍ବିତ କରିବା ପାଇଁ ସମ୍ପର୍କୀୟମାନେ ଦାବି କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ସଦର ବିଧାୟକ ସ୍ବରୁପ ଦାସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଶାନ୍ତ୍ବନା ଜଣାଇଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.