ବାଲେଶ୍ବର: ବାଲେଶ୍ୱରରୁ ରସାଳପୁର ରାସ୍ତାର ସାରଗାଁ ନିକଟରେ ବାଇକ ଓ ସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି ।
![ବାଇକ ଓ ସାଇକେଲ ମୁହାଁମୁହିଁ ଧକ୍କା; ଦୁଇ ମୃତ](https://etvbharatimages.akamaized.net/etvbharat/prod-images/10145830_bls.jpg)
ମୃତକ ଦୁଇ ଜଣ ହେଲେ ଚାନ୍ଦିପୁର ଥାନା ଅଞ୍ଚଳରେ ଶ୍ରୀଧର ବେହେରା ପୁଅ ଅବିନାଶ ବେହେରା (୨୮) ଏବଂ ଅନ୍ୟ ଜଣେ ଟାଉନ ଥାନା ଅଧିନ ପୁରୁଣା ବାଲେଶ୍ବରର ଧରିତ୍ରୀ ମାଝୀଙ୍କ ପୁଅ ରମେଶ ଚନ୍ଦ୍ର ମାଝୀ(୫୨) । ଗୁରୁତର ଜଣକ ହେଲେ ପୁରୁଣା ବାଲେଶ୍ବର ବାଣେଶ୍ବର ମନ୍ଦିର ନିକଟସ୍ଥ ରବୀନ୍ଦ୍ର ପାତ୍ରଙ୍କ ପୁଅ ତୃଷାନ୍ତ ପାତ୍ର (୩୩)। ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।
![ବାଇକ ଓ ସାଇକେଲ ମୁହାଁମୁହିଁ ଧକ୍କା; ଦୁଇ ମୃତ](https://etvbharatimages.akamaized.net/etvbharat/prod-images/od-bls-01-accident-2death-script-7205869_06012021215128_0601f_1609950088_50.jpg)
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ