ବାଲେଶ୍ବର: କୋରୋନା ମହାମାରୀ ବେଳେ ସାଧାରଣ ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବାର ଲକ୍ଷ୍ୟ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ରାଜସ୍ୱ ରଥ। ପ୍ରଥମ ପର୍ଯ୍ୟାୟରେ ବାଲିଆପାଳ ଓ ସିମୁଳିଆ ତହସିଲରେ ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି।
ଏହି ରଥ ମାଧ୍ୟମରେ ଲୋକମାନଙ୍କୁ ଜମି ପଟ୍ଟା, ଜାତିଗତ ପ୍ରମାଣପତ୍ର, ଜମି କିସମ ପରିବର୍ତ୍ତନ ଭଳି ସେବା ସେମାନଙ୍କ ଘର ପାଖରେ ଯୋଗାଇ ଦିଆଯିବ। ସରକାରୀ କାର୍ଯ୍ୟାଳୟରେ ଭିଡ଼ କମାଇବା ଓ ସଂକ୍ରମଣକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ତହସିଲରେ ଏମିତି ରାଜସ୍ୱ ରଥ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ