ବାଲେଶ୍ବର: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ଜୋରଧରିଛି ରାଜନୀତି । ଏକ ଗ୍ୟାସ ଏଜେନ୍ସିରୁ ଗ୍ୟାସ ଚୋରି କରାଯାଉଥିବା ବେଳେ ଉକ୍ତ ଏଜେନ୍ସିଟି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ସରଗରମ ହୋଇଛି ରାଜନୈତିକ ମାହୋଲ।
ଗୁଡୁପାଇରେ ଥିବା ଗ୍ୟାସ ଏଜେନ୍ସି ବିଧାୟକଙ୍କର ହୋଇଥିବା ବେଳେ ଭାଇରାଲ ଭିଡିଓରେ ସେହିଠାରେ ହିଁ ଗ୍ୟାସ ଚୋରି ହେଉଥିବା ଦାବି କରାଯାଇଛି। ଗ୍ୟାସ ଏଜେନ୍ସି ତାଙ୍କର ହୋଇଥିବା ବିଧାୟକ ମାନିଥିବା ବେଳେ ଗ୍ରାହକଙ୍କୁ ଏଠାରେ ଠକିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ରେମୁଣା ବିଧାୟକ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ