ବାଲେଶ୍ଵର : ଜିଲ୍ଲାର ବିଭିନ୍ନ ବ୍ଲକର ବାତ୍ୟା ବିପନ୍ନଙ୍କ ପାଖରେ ସହାୟତା ପହଞ୍ଚାଇଲା ଓଡିଶା ମୋ ପରିବାର । ବାତ୍ୟା ୟସ ଯୋଗୁଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି । ସାଧାରଣ ଲୋକମାନେ ବାତ୍ୟା ଯୋଗୁଁ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି ।
ଏହି ଅସୁବିଧାକୁ ଦୂର କରିବା ପାଇଁ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲାର 12ଟି ବ୍ଲକକୁ ରିଲିଫ ସାମଗ୍ରୀ ପଠାଯାଇଛି । ସହରର ଅର୍ଡର ବଜାରରେ ସଦର ବିଧାୟକ ସ୍ୱରୂପ ଦାସ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ